ASO ପରୀକ୍ଷା ଅନିୟମିତତା ମାମଲା, ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ୍

କଟକ ୦୨/୧୨: ଏଏସଓ ପରୀକ୍ଷା ପରିଚାଳନକୁ ନେଇ ଓପିଏସସି କର୍ତ୍ତୃପକ୍ଷଙ୍କୁ ପୁଣି ଲାଗିଛି ଅଦାଲତି ଝଟକା । ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ଉପରେ ଆଜି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ହୋଇପାରିବ ନାହିଁ ବୋଲି ଆଜି ସ୍ପଷ୍ଟ ଭାବେ ଓପିଏସସିକୁ ନିର୍ଦେଶ ହୋଇଛି ।

ଆଜି ଶୁଣାଣି ସମୟରେ ଆଡ଼ଭୋକେଟ ଜେନେରାଲ ଏବଂ ଓପିଏସସି କର୍ତ୍ତୃପକ୍ଷ ଯେଉଁ ଯୁକ୍ତି ରଖିଥିଲେ ତାହା କୋର୍ଟଙ୍କ ଦ୍ୱାରା ଆଗ୍ରହ୍ୟ କରାଯାଇଛି । ଓପିଏସସି ରୁଲ ୬ ମୁତାବକ ସ୍କିଲ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଆଜି ସରକାରୀ ପକ୍ଷ ଯୁକ୍ତି ରଖିଥିଲେ । କିନ୍ତୁ ତାହା କର୍ତ୍ତୃପକ୍ଷଙ୍କ କ୍ଷମତା ପରିସର ଭିତରେ ଆସୁନାହିଁ ବୋଲି ଯୁକ୍ତି ବାଢିଥିଲେ ଆବେଦନାକାରୀ ପକ୍ଷ । ତେବେ ଏସଂକ୍ରାନ୍ତରେ ଜବାବ ରଖିବାଲାଗି ଆଜି ଓପିଏସସିକୁ ନିର୍ଦ୍ଦେଶ ହୋଇଛି । ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଜି ଦିନ ଧର୍ଯ୍ୟ କରିଛନ୍ତି ହାଇକୋର୍ଟ ।

nis-ad
Leave A Reply

Your email address will not be published.