ଦନ୍ତା ହାତୀର ମୃତଦେହ ଠାବ

ଆଠମଲ୍ଲିକ ୦୨/୧୨: ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜର ଘୋଡାଗାଡି ଖେସରା ଜଙ୍ଗଲରୁ ଦଶବର୍ଷର ଦନ୍ତା ହାତୀର ମୃତେଦହ ଠାଵ କରିଛି ବନବିଭାଗ । ହାତୀ ମୃତ୍ୟୁ କାରଣ କଣ ଜଣାପଡ଼ିନି । କିନ୍ତୁ ହାତୀର କିଛି ସ୍ଥାନରେ ରକ୍ତର ଦାଗ ମାନ ରହିଛି ।

ଗତ ତିନି ମାସ ଭିତରେ ଆଜିର ହାତୀ ମୃତ୍ୟୁକୁ ମିଶାଇ ତିନୋଟି ହାତୀ ମାଧପୁର ରେଞ୍ଜରେ ମଲେଣି । ଗତ ଅକଟୋବର ୧୫ତାରିଖରେ ମାଧପୁର ରେଞ୍ଜର ମୁଣ୍ଡାପଡାରେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇଥିଲା । ପରେ ଅକଟୋବର ୨୮ରେ ଶାନ୍ତିପୁର ଏକ ମାଇ ହାତୀର ମୃତ୍ୟୁ ହୋଇଥିଲା ।

nis-ad
Leave A Reply

Your email address will not be published.