ଜଳିଗଲା ଘରୋଇ ବସ୍ , ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର

ସମ୍ୱଲପୁର ୦୨/୧୨: ଜଳିଗଲା ନାଇଟ୍ କୋଚ୍ ବସ୍। ବୁର୍ଲାରୁ ଭୁବନେଶ୍ୱର ଅଭିମୁଖେ ଚାଲୁଥିବା ଘରୋଇ ବସ୍ ନାଗରାଜରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ବସ୍‌ଟି ଗୁରୁବାର ଭୁବନେଶ୍ୱର ନଯାଇ ବୁର୍ଲାରେ ରହିଥିଲା। ବୁର୍ଲା ଏମସିଏଲ ନିକଟରେ ପାୱାର ଚ୍ୟାନେଲ କୂଳରେ ବସ୍‌ଟି ଛିଡା ହୋଇଥିଲା। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ବସ୍ ରେ ହଠାତ ନିଆଁ ଲାଗିଯାଇଥିଲା । ଏହି ସମୟରେ ବସ୍ ମଧ୍ୟରେ କଣ୍ଡକ୍ଟର ବସିଥିଲେ । ନିଆଁ ଲାଗିବା ଜାଣିବା ପରେ ସେ ବାହାରକୁ ଚାଲି ଆସିଥିଲେ । ଏହା ପରେ ସେ ବୁର୍ଲା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ବସ୍‌ର ୮୦ପ୍ରତିଶତ ଜଳି ସାରିଥିଲା। ଏନେଇ ବୁର୍ଲା ଅଗ୍ନିଶମ ଅଧିକାରୀ ଲୋକେଶ୍ୱର ପଟେଲ ସୂଚନା ଦେଇଛନ୍ତି । ତେବେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ଦୁଇଟି ଅଗ୍ନିଶମ ନିୟୋଜିତ ହୋଇଥିଲେ। ନିଆଁ ଆୟତ୍ତ ହେଉ ହେଉ ବସ୍ ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.