ହିଞ୍ଜିଳିକାଟୁ ୨୫।୧୧ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ସଭା ଗୃହରେ ଵିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଈଯାଇଅଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ଭୁବନେଶ୍ବର ବଦଳି ହୋଇଥିବା ସହ ହିଞ୍ଜିଳିକାଟୁ ପୌରପରିଷଦ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ସରକାରୀ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଉପଜିଲ୍ଲାପାଳ ପ୍ରଶନ କୁମାର ପାତ୍ର, ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ପ୍ରମୁଖ ଯୋଗଦେଇ ଅଵସର ଗ୍ରହଣ କରିଥିବା ଶ୍ରୀ ନାୟକ ଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରିଥିଲେ। ସମସ୍ତ ଅତିଥୀ ବୃନ୍ଦ ଡ଼ ମନୋରଞ୍ଜନ ସାହୁ ଭୁବନେଶ୍ୱର ବଦଳି କୁ ନେଇ ହିଞ୍ଜିଳିକାଟୁ ରେ କାର୍ଯ୍ୟ କରୁଥିବା ସମୟରେ ଅଚଂଳବାସୀଙ୍କ ପ୍ରତି ସହାନୁଭୂତି ଓ କାର୍ଯ୍ୟଶୈଳୀକୁ ନେଇ ବେଶ ପ୍ରସଂଶା କରିଛନ୍ତି ।ଶ୍ରୀ ସାହୁ ଙ୍କ କାର୍ଯ୍ୟଦକ୍ଷତା,ଲୋକସମ୍ପର୍କ ସହ ସରକାରୀ କାର୍ଯ୍ୟକୁ ସମ୍ପାଦନ କରିବାରେ ତାଙ୍କର ସାର୍ଥକ ପ୍ରୟାସ ଓ କୋଭିଡ ସମୟରେ ସୁପରିଚାଳନା ଅସହାୟ ଙ୍କ ସହାୟତା ,ଟିମୱାର୍କ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ଗୁରୁତ୍ବପୁର୍ଣ ଭୂମିକା ରହିଥିଲା। ବୌଷୟିକ କୌଶଳ ଉପଯୋଗ କରି ତୃଣମୂଳ ସ୍ତରରୁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ବିଷୟରେ ସମସ୍ତ ସଦସ୍ୟ ଆଲୋକପାତ କରିଥିଲେ। ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ହିଞ୍ଜିଳିକାଟୁ ପୌରପରିଷଦ ବିଜେଡି ନଗର ସଭାପତି ଭିମସେନ ବେହେରା ,ବରିଷ୍ଠ ବିଜେଡି ନେତା ଦେବାନନ୍ଦ ମହାପାତ୍ର, ଗ୍ରିଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଶେରଗଡ ତହସିଲଦାର ଦୟାସିନ୍ଧୁ ପରିଡା, ଵିଜେଡି ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, କାଉନସିଲର ଶ୍ୟାମଘନ ଵେହେରା ,କାଉନସୀଲର ବିଭୁପ୍ରସାଦ ପଣ୍ଡା, କାଉନସିଲର ସୁବାସ ଚନ୍ଦ୍ର ସାହୁ, କାଉନସିଲର ଅମୂଲ୍ୟ ସାହୁ ,ଯନ୍ମ୍ରୀ ଦିଲ୍ଲୀପ କୁମାର ମିଶ୍ର, ଯନ୍ତ୍ରୀ ମାନସ ରଞ୍ଜନ ଦାସ ଙ୍କ ସହ ସମସ୍ତ ପୌରକର୍ମଚାରୀ ଓ ଜନପ୍ରତିନିଧିମାନେ ଙ୍କ ସମେତ ସମସ୍ତ କାଉନସିଲର ସଭ୍ୟ, ସଭ୍ୟ ଙ୍କ ସହ ସମସ୍ତ ପୌରକର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post