ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଟିକାବାଲି ଏମସି ଏସ କଲେଜ ପରିଚାଳନା ପରିଷଦର ସଭାପତି ଲଳିତେନ୍ଦୁ ପ୍ରଧାନଙ୍କ ସଭାପତିତ୍ବରେ ଆନ୍ତଃ ମହାବିଦ୍ୟାଳୟ ଖୋ ଖୋ ଟୁର୍ଣ୍ଣାମେଣ୍ଟ ପୁରୁଷ ଏବଂ ମହିଳା ମାନଙ୍କୁ ନେଇ ଉଦ୍ଘାଟିତ ହୋଇଯାଇଛି l ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l କ୍ରୀଡା ବିଭାଗ ର ଉପ ସଭାପତି ଅଧ୍ୟାପକ ନରେନ୍ଦ୍ର ଦିଗାଲ ପ୍ରତିଯୋଗୀଙ୍କୁ ଶପଥପାଠ କରାଇ ଥିଲେ l ମୁଖ୍ୟ ଅତିଥି ଭାବରେ ପିଏ ଆଇଟିଡିଏ ନରେଶ କୁମାର ଶବର ଜିଲ୍ଲା କ୍ରୀଡା ଅଧିକାରୀ ଶମୀର କୁମାର ନାୟକ, ଟିକାବାଲି ଥାନା ଅଧିକାରୀ କଲ୍ୟାଣୀ ମୟୀ ସାଣ୍ଢ, ପୂର୍ବତନ କଲେଜ ପରିଚାଳନା ସଦସ୍ଯ ଯୋଗ ଦେଇ ଖେଳାଳୀ ମାନଙ୍କୁ କ୍ରୀଡାର ଶୃଙ୍ଖଳା ଓ ଭାଇଚାରା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ l ସ୍ଵାତି ଏନଜିଓ ର ସମ୍ପାଦକ ଇଞ୍ଜିନିୟର ହରିଶଙ୍କର ରାଉତ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ୭ ଟି ଜିଲ୍ଲାର ୨୭ଟି ଟିମ୍ର ୩୫୦ ଖେଳାଳି ଯୋଗ ଦେଇଥିଲେ କଲେଜର ଖେଳ ଶିକ୍ଷକ ସୁଶାନ୍ତ କୁମାର ଭୋଳ ଖେଳ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସହଯୋଗରେ ପ୍ରଥମ ଦିନର ଖେଳ ପରିସମାପ୍ତି ଘଟିଛି l କଲେଜ ଛାତ୍ର ଛାତ୍ରୀ ଙ୍କୁ ନେଇ ସ୍ଵାତି ସଂଗଠନ ପକ୍ଷରୁ ଏଡସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ନିଜକୁ ଆୟତ୍ତ କଲେ ଜୀବନ ରେ ସଫଳତା ଆସିବ ବୋଲି ନରେଶ ଶବର ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ ବନମାଳୀ ବେହେରା, ସନ୍ତୋଷ ରଥ, ବିରୂପାକ୍ଷ ତ୍ରିପାଠୀ, ଶଙ୍କର ପାଢୀ, ବିଦ୍ଵାନ ଦିଗାଲ ପରିଚାଳନା କରିଥିଲେ l ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତି ସଭାପତିତ୍ବ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post