ପୌର ପରିଷଦରେ ଡ୍ରେନ ନିର୍ମାଣ ନେଇ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ପରାମର୍ଶ…


ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ସର୍କୁଲାର ରୋଡରେ ବହୁ ଅବ୍ୟବସ୍ଥା ରେ ଡ୍ରେନ ନିର୍ମାଣ ହେଉଛି। କନ୍ଧମାଳ ଜିଲ୍ଲା ଓ ଫୁଲବାଣୀ ସହରର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାସ୍ତା ଚଉଡା ହେବା ଆବଶ୍ୟକ। ଟାଉନ ପ୍ଲାନିଂ ତଥ୍ୟ ଅନୁସାରେ ୬୬ଫୁଟ ରାସ୍ତା ରହିଛି। ଏବଂ ଭିଜନ ୨୦୪୦ ଅନୁସାରେ ୮୨ଫୁଟ ରାସ୍ତା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ।କିନ୍ତୁ ଏସବୁକୁ ଅଣଦେଖା କରି ୩୦-୪୦ ଫୁଟରୁ କମ ରାସ୍ତାରେ ଡ୍ରେନ ନିର୍ମାଣ ହେଉଥିବାରୁ ମିଳିତ ନାଗରିକ କମିଟି କନ୍ଧମାଳ ଆବାହକ ଅଶୋକ ପରିଡା,ସଦସ୍ୟ ରାଜ କିଶୋର ପାଢୀ, ଉମେଶ ପ୍ରସାଦ ପାତ୍ର, ଗିରିଷ ପଟ୍ଟନାୟକ ପ୍ରମୁଖଙ୍କ ପକ୍ଷରୁ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା।ଏଭଳି ଡ୍ରେନ ନିର୍ମାଣ ଫଳରେ ରାସ୍ତା ଜବର ଦଖଲ ବଢିବ,ଗାଡି ମଟର ଯିବାରେ ବହୁ ଅସୁବିଧା ହେଵ ।ତାର ବିଚାର ପାଇଁ ନ୍ୟାୟାଧିଶ ତଥା ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକ ଏଥିରେ ପକ୍ଷ ଥିବା ପୌର ପରିଷଦ,ରାସ୍ତା ଓ କୋଠାବାଡି ବିଭାଗ, ଟାଉନ ପ୍ଲାନିଂ ଓ ତହସିଲଦାରଙ୍କୁ ଡାକି ପ୍ରଥମେ ରାସ୍ତା ଚିହ୍ନଟ ପରେ ଡ୍ରେନ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ।ସରକାରୀ ଅର୍ଥ ଅପବ୍ୟୟ ନ କରି ସଦବିନିଯୋଗ ହେବା ସହ ଜନ ସାଧାରଣ ଉପକୃତ ହେବାଭଳି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ରାସ୍ତା ଜବରଦଖଲ ତୁରନ୍ତ ହଟାଇବାକୁ ପୌର ପରିଷଦ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।ପୌର ପରିଷଦର ସମସ୍ୟା ସମାଧାନ ପାଇଁ ପ୍ରତି ଦୁଇମାସ ରେ ସମନ୍ୱୟ ବୈଠକ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି।ରାସ୍ତା ଚଉଡା ନ ରହିଲେ ଜାନିଯାତ୍ରା ସମୟରେ ଜନ ସମାଗମ ବେଳେ ଦଳାଚକଟା ହେବାର ଆଶଙ୍କା ରହିଛି।ଆମ୍ବୁଲାନ୍ସ ଯିବା ଆସିବା ରେ ମଧ୍ଯ ଅସୁବିଧା ସୃଷ୍ଟି ହେଉଛି ବୋଲି ମିଳିତ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି l ସହରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ବିଭିନ୍ନ ଦୋକାନ ଗୁଡିକ ଡ୍ରେନ୍ ଉପରେବ୍ୟବସାୟିକ ଜିନିଷ ଥୋଇବା ଏବଂ ଫାଷ୍ଟ ଫୁଡ ସେଣ୍ଟର କରାଯାଇଛି ଜାରି ଫଳରେ ଫାଷ୍ଟ୍ ଫୁଡ ଦୋକାନ ଆଗରେ ଯାନବାହାନ ଗୁଡିକ ମୁଖ୍ୟ ରାସ୍ତାର ଅଧା ପର୍ଯ୍ୟନ୍ତ ରଖାଯାଉଛି l ସେହି ଅଧା ରାସ୍ତାରେ ଗାଡି ଗୁଡିକ ଯିବାରେ ଅସୁବିଧା ହେଉଛି l ତେଣୁ ଜିଲ୍ଲପାଳ ତୁରନ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବୀ କରାଯାଇଛି l

nis-ad
Leave A Reply

Your email address will not be published.