ସତ୍ୟ ସାଇବାବାଙ୍କ ୯୭ତମ ଜୟନ୍ତୀ ଉତ୍ସବ ପାଳିତ

ବୁଗୁଡ଼ା : ତା ୨୪/୧୧/୨୨ : ସ୍ଥାନୀୟ ସତ୍ୟସାଇ ସେବା ସମିତି ପକ୍ଷରୁ ସତ୍ୟସାଇଙ୍କ ୯୭ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଭାତରୁଓଁକାର,ସୁପ୍ରଭାତ,ନଗରସଙ୍କୀର୍ତ୍ତନ,ସେବା,ରୋଗୀସେବା ,ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ, ଷୋଡଶ ଉପଚାର ପୂଜା ପରେ ଶତାଧିକ ଅନୁଗାମୀଙ୍କୁ ନେଇ ଲକ୍ଷାର୍ଚ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଏକ ନାରାୟଣ ସେବା କ୍ରମରେ ୩୨ ଜଣଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ସାୟଂ କାଳରେ ବେଦ ପାଠ,ଭଜନ ଗାନ ପରେ କୁନି କୁନି ବାଳ ବିକାଶ ପିଲାଙ୍କ ଦ୍ଵାରା ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଉପଲକ୍ଷେ ରକ୍ତଦାନ ଶିବିରରେ ୩୧ ୟୁନିଟ ରକ୍ତ ସଂଗ୍ରହ ସହିତ ଦୀର୍ଘ ୯୭ ଦିନ ଧରି ଚାଲିଥିବା ଭଜନ ଓ ବେଦ ପାଠ କ୍ରାର୍ୟକ୍ରମର ମଧ୍ୟ ପୂର୍ଣ୍ଣାହୂତି ହୋଇଥିଲା।ଏଥିରେ ଆବାହକ,ବିଭିନ୍ନ ବିଭାଗର ସଂଯୋଜକ ଓ ସଂଯୋଜିକା ତଥା ଯୁବ ଓ ଯୁବା ବର୍ଗ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ସମିତି ଅନ୍ତର୍ଗତ ବାଲିପଦର, ମାଣିତରା ,କରଡାବାଡି ଭଜନ ମଣ୍ଡଳୀ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା

nis-ad
Leave A Reply

Your email address will not be published.