ଏଡସ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ:- ବିଶ୍ବ ଏଡସ୍ ଦିବସ ପାଳନ ୨୦୨୨ ଅବ୍ୟବ୍ୟହିତ ପୂର୍ବରୁ ଏଡସ୍ ନିୟନ୍ତ୍ରଣ ନିମନ୍ତେ ସେଚ୍ଛାସେବୀ ଅନୁଷ୍ଠାନ ସ୍ଵାତି ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଭୂବନେଶ୍ବରଙ୍କ ମିଳିତ ଉଦ୍ୟମରେ ଛାତ୍ରଛାତ୍ରି ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମେନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲା ମଧ୍ୟରେ ରାଇକିଆ, ଜି.ଉଦୟଗିରି, ଖଜୁରିପଡା, ଫୁଲବାଣୀ, ଟିକାବାଲି, ଫିରିଙ୍ଗିଆ ଓ କେ.ନୂଆଗାଁ ଠାରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ସାରଙ୍ଗଡ ମହାବିଦ୍ୟାଳୟ ଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରେ ୧୫୦ ରୁ ଉଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇ ଏଚ୍.ଆଇ.ଭି ଶଂକ୍ରମଣର ଭୟାବହତା ଉପରେ ଚର୍ଚ୍ଚା କରିବା ସହ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରିବାର ଶପଥ ନେଇଥିଲେ ।

ଲକ୍ଷ୍ୟଭେଦୀ ପ୍ରକଳ୍ପ ତରଫରୁ ପ୍ରକଳ୍ପ ନିର୍ଭେକ ମମତା ଦାସ ଓ କାର୍ଯ୍ୟକ୍ରମ ପରିଚାଳକ ବିଶ୍ବରଞ୍ଜନ କରଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରାଯାଇଥିବା ବେଳେ ସ୍ନେହଲତା ନାୟକ , ସୀତା ରଣା ଓ କନକ ଲତା ପାତ୍ର ଏହାର ପରିଚାଳନା କରିଥିବା ଜଣାଯାଇଛି । ଆଗାମୀ ଦିନରେ ସଂକ୍ରମଣ ରୋକିବା ଓ ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତିବିଶେଷ ଙ୍କ ସଠିକ ଚିକିତ୍ସା, ଯତ୍ନ ଉପରେ ଏହି ବୈଠକ ଗୁଡିକରେ ଗୁରୁତ୍ବ ଦିଆଯିବ ବୋଲି ସଂପାଦକ ହରିଶଙ୍କର ରାଉତ କହିଥିଲେ । କଲେଜର ଅଦକ୍ଷ ଅଶୋକ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଏଡସ ଭଳି ମହାମାରୀ କୁ ରୋକିବାକୁ ହେଲେ ନିଜେ ନିଜକୁ ସୁରକ୍ଷିତ ରଖିବାକୁ ହେବ ନଚେତ୍ ନିଜର ଜୀବନକୁ ମୃତ୍ୟୁ ମୁଖରେ ପକାଇବା ହିଁ ସାର ହେବ ବୋଲି କହିଥିଲେ । ଏଭଳି କାର୍ଯ୍ୟକ୍ରମକୁ ମହବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ଙ୍କ ମହଲରେ ଭୁରିୟସି ପ୍ରଶଂସା କରିଥିଲେ ।

nis-ad
Leave A Reply

Your email address will not be published.