କଟକରେ ଜୁଆ ଆଡ୍ଡାରେ ରେଡ୍‌ : ୩୦ ଗିରଫ, ଲକ୍ଷାଧିକ ଟଙ୍କା ଜବତ

କଟକ ୨୧।୧୧ : ଜୁଆ ଆଡ୍ଡାରେ ଅତର୍କିତ ଚଢାଉ । ଘଟଣାରେ ୩୦ଜଣଙ୍କୁ ବାନ୍ଧିଛି ପୋଲିସ ।କଟକ ଜିଲ୍ଲା ଆଇବି ରୋଡରେ ଜୁଆ ଆଡ୍ଡା ଚାଲିଥିବା ବେଳେ ଚଢାଉ କରିଛି ଜଗତପୁର ଥାନା ପୋଲିସ ।

ଖବର ଅନୁଯାୟୀ, ଦୀର୍ଘ ଦିନ ଧରେ ଆଇବି ରୋଡ୍‌ରେ ଜୁଆ ଆଡ୍ଡା ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା ପାଇଥିଲା ଜଗତପୁର ଥାନା ପୋଲିସ । ଏହିକ୍ରମରେ ସୋମବାର ଦିନ ଉକ୍ତ ଜୁଆ ଆଡ୍ଡାରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ପୋଲିସକୁ ନଗଦ ୮ଲକ୍ଷ ଟଙ୍କା, ୨୧ଟି ମୋବାଇଲ୍‌, ୪ଟି ମୋବାଇଲ୍‌ ଜବତ କରିଛି । ଏହାସହିତ ୩୦ଜଣଙ୍କୁ ମଧ୍ୟ ଗିରଫ କରିଛି ।ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ ଜାରି ରଖିଛି ଜଗତପୁର ଥାନା ପୋଲିସ ।

nis-ad
Leave A Reply

Your email address will not be published.