ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଙ୍ଗ ଘଟଣା, ୯ ଛାତ୍ରଙ୍କୁ ନିଲମ୍ବିତ

ବ୍ରହ୍ମପୁର ୨୧/୧୧: ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଙ୍ଗ ଘଟଣା । ୯ ଜଣ ଛାତ୍ରଙ୍କୁ ଆଜି କଲେଜରୁ ନିଲମ୍ବିତ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କାଏମ ରହିବ । ଏ ନେଇ ପୋଲିସକୁ ଅବଗତ କରାଇଛନ୍ତି କଲେଜ କର୍ତ୍ତୃପକ୍ଷ ।

ସୂଚନା ଥାଉକି, ଗତ ଶନିବାର ଖଲ୍ଲିକୋଟ ଜୁନିଅର କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ହୋଇଥିଲା । ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ରୀ । ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଥିଲେ ଅଧ୍ୟକ୍ଷ । ପୂର୍ବରୁ କଲେଜ୍‌ରେ ରାଗିଂ ଅଭିଯୋଗ ହୋଇଥିବା ବେଳେ ୬ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ୧୫ ଦିନ ପାଇଁ କଲେଜ୍ ରୁ ନିଲମ୍ବିତ କରାଯାଇଥିଲା ।

ଏ ସଂପର୍କରେ ପୋଲିସ୍‌କୁ ଅବଗତ କରାଯାଇଥିଲା । କିନ୍ତୁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ଅଧ୍ୟକ୍ଷ କହିଛନ୍ତି । ପରେ ଆଉ ଏକ ରାଗିଂ ଘଟଣାକୁ ନେଇ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ରାଧାକାନ୍ତ ନାୟକ କହିଥିଲେ । ସେହି ପ୍ରରିପ୍ରେକ୍ଷୀରେ ଆଜି ୯ ଛାତ୍ରଙ୍କୁ ନିଲମ୍ୱନ କରାଯାଇଛି ।

nis-ad
Leave A Reply

Your email address will not be published.