ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କଲେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ

ବୁଗୁଡ଼ା : ବୁଗୁଡ଼ା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ତିନି ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ବିଡିଓ ଏବଂ ବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଜଣାଯାଇଛି । ସ୍ଥାନୀୟ ଶିକ୍ଷକ ଭବନ ଠାରୁ ଶିକ୍ଷକମାନେ ଏକ ଶୋଭାଯାତ୍ରାରେ ବାହାରି ପ୍ରାଥମିକ ଶିକ୍ଷକଙ୍କ ଠିକା ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ , ସମସ୍ତ ଶିକ୍ଷକଙ୍କୁ ନିଯୁକ୍ତି ତାରିଖ ଠାରୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ୍ ନୀତିର ପୁନଃ ପ୍ରଚଳନ ଆଦି ୩ଟ ଦାବି ପୂରଣ ନିମନ୍ତେ ସ୍ଲୋଗାନ ଦେଇ ସହର ପରିକ୍ରମା ପୂର୍ବକ ବିଡିଓ ଏବଂ ବିଇଓଙ୍କ କାର୍ଯାଳୟକୁ ଯାଇଥିଲେ । ସେଠାରେ ମିଳିତ ଶିକ୍ଷକ ମହାସଂଘର ଆବାହକ ସୁରେନ୍ଦ୍ର କୁମାର ଜେନା ଓ ସନାତନ ପ୍ରଧାନ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.