୧୬ ହିତାଧିକାରୀଙ୍କୁ ମିଳିଲା ଜଙ୍ଗଲ ଜମିପଟ୍ଟା

ଦାରିଙ୍ଗବାଡ଼ି,୧୯/୧୧ : କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଜି ୧୬ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ଏକ ମେଳାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ପ୍ରମୁଖ ଯୋଗଦେଇ ଜଙ୍ଗଲ ଜମି ଅଧିକାର ନିୟମ ଅନୁସାରେ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ। ପ୍ରକାଶ ଯେ, ଦାରିଙ୍ଗବାଡି ରାଜସ୍ବ ଅଧୀନରେ ଥିବା ଅନୁସୂଚିତ ଜନଜାତିର ଏକାଧିକ ଲୋକ ଜମି ପାଇବା ପାଇଁ ଯୋଗ୍ୟ ରହିଥିବା ବେଳେ ସେମାନଙ୍କ ଜମି ମଧ୍ୟ ଚିହ୍ନଟ କରାଯାଇଥିଲା। କିନ୍ତୁ ତହସିଲ ପକ୍ଷରୁ ସେମାନଙ୍କୁ ଜମି ପଟ୍ଟା ବଣ୍ଟନରେ ବିଳମ୍ବ ହୋଇଥିଲା। ଏନେଇ ନବ ନିଯୁକ୍ତ ତହସିଲଦାର ଦାସ ଜାଣିବା ପରେ ୧୬ ଯୋଗ୍ୟ ହିତାଧିକାରୀଙ୍କୁ ଜମି ପଟ୍ଟା ଯୋଗାଇବା ପାଇଁ ପ୍ରୟାସ କରିଥିବା ସେ କହିଛନ୍ତି।

nis-ad
Leave A Reply

Your email address will not be published.