ବିଶିଷ୍ଟ ସମାଜସେବୀ ତାରିଣୀ ବେହେରାଙ୍କ ପତ୍ନୀ ବିୟୋଗ

ଫୁଲବାଣୀ : ବିଶିଷ୍ଟ ସମାଜସେବୀ ତଥା ଆଦର୍ଶ ପ୍ରଧାନ ଶିକ୍ଷକ ଜନସେବକ ତାରିଣୀ ଚରଣ ବେହେରାଙ୍କ ଧର୍ମପତ୍ନୀ ସରସ୍ଵତୀ ବେହେରାଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା l ସୁସ୍ଥାବସ୍ତାରୁ ହଠାତ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା l ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l ମୃତ୍ୟୁ ବେଳକୁ ତାଙ୍କ ପାଖରେ ତିନି ପୁଅ ଓ ଝିଅ ଯଥା ମନୋରଞ୍ଜନ ବେହେରା ସୁଶାନ୍ତ କୁମାର ବେହେରା, ସୁବ୍ରତ କୁମାର ବେହେରା ଓ ଝିଅ ଗୀତାଞ୍ଜଳି ବେହେରା ଏବଂ ଜୋଇଁ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜିବୀ ସତ୍ୟ ନାରାୟଣ ବେହେରାଙ୍କ ସମେତ ସାମ୍ବାଦିକ ସୁନୀଲ ବିଶ୍ଵାଳ, ସୂର୍ଯ୍ୟ ନାରାୟଣ ବେହେରା ଓ ପରିବାର ବର୍ଗ ଉପସ୍ଥିତ ଥିଲେ l ସେ ଜଣେ ଆଦର୍ଶ ଗୃହିଣୀ ସହିତ ସ୍ଵାମୀ ତାରିଣୀଙ୍କ ପରି ମିଷ୍ଟଭାସି ପରୋପକାରୀ ଧର୍ମ ପରାୟଣ ମହିଳା ଥିଲେ l ଏଥି ସହିତ ସାହି ପଡ଼ୋଶୀ ରେ ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ପନିପରିବା ଚାଉଳ ଯୋଗାଇ ଦେଉଥିଲେ l ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

nis-ad
Leave A Reply

Your email address will not be published.