୨୨ ବର୍ଷ ତଳର ବଧୂହତ୍ୟା ମାମଲାର ୩ ଆରୋପି ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ୩ ଜଣ ଆରୋପି ବା କନଭିକ୍ସନ୍ ଆସାମୀଙ୍କୁ ଓ୍ବାରେଣ୍ଟି ବଳରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ତ୍ରୟ ହେଲେ ସୁବାସ ଭୂୟାଁ , କନକ ଭୂୟାଁ ଓ ପ୍ରଦୀପ କୁମାର ଭୂୟାଁ । ଏ ନେଇ ଏସସି ନଂ ୨୦/୧୯୯୯ରେ ଏକ ମାମଲା ରୁଜୁ ହୋଇଥିଲା । ପ୍ରକାଶ ଯେ, ଗତ ୧୯୯୯ ମସିହାରେ ଏମାନେ ଏକ ବଧୂ ହତ୍ଯା ମାମଲାରେ ଜଡିତ ଥିବାବେଳେ ଏମାନଙ୍କୁ ଅଦାଲତ ପକ୍ଷରୁ ଏ ବର୍ଷ ଅକ୍ଟୋବର ମାସରେ ଦଣ୍ଡିତ କରାଯାଇଥିଲା । ଦୀର୍ଘ ଏକ ମାସ ଫେରାର ଥିବା ଦଣ୍ଡିତ ବ୍ଯକ୍ତି ଶଶୁର ସୁବାସ , ଶାଶୁ କନକ ଓ ସ୍ବାମୀ ପ୍ରଦୀପକୁ ପୋଲିସ ଏବେ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.