୩ଦିନ ଧରି ବିଏସଏନଏଲ ନେଟୱର୍କ ସେବା ନପାଇ ହନ୍ତସନ୍ତ ଵ୍ରହ୍ମଣୀଗାଁ ଅଞ୍ଚଳ ବାସୀ

ଦାରିଙ୍ଗବାଡ଼ି, ୧୮/୧୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ପାଇଁ ଏକମାତ୍ର ସାହା ଭରସା ବିଏସଏନଏଲ ନେଟୱର୍କ ସେବା। ହେଲେ ଗତ ୧୬/୧୧/୨୨ତାରିଖ ଠାରୁ ୧୮/୧୧ ରିଖ ଯାଏ ୩ଦିନ ଧରି ବିଏସଏନଏଲ ନେଟୱର୍କ ସେବା ନ ପାଇ ହଇରାଣ ହରକତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଖବର ହସ୍ତ ଗତ ହୋଇଛି। ବ୍ରାହ୍ମଣୀଗାଁ-ଦାରିଙ୍ଗବାଡି ମୁଖ୍ୟ ରାସ୍ତାର ସିକରମାହା ଘାଟିରାସ୍ତାର ଘାଟି କଟିଂ କାମ ଚାଲି ଥିବାରୁ ନେଟୱାର୍କ ନଥିବା କୁହାଯାଉଛି। ହେଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୧ ରହିଥିବା ବେଳେ ଜାତିଗତ, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ସହିତ ଥାନା ଭେରୀ ଫିକେଶନ ରିପୋର୍ଟ ପାର୍ଥି ମାନଙ୍କ ପାଇଁ ଜରୁରୀ ରହିଥିବା ବେଳେ , ନେଟୱର୍କ ସେବା ନରହିବା ଫଳରେ ବିଭିନ୍ନ ପ୍ରମାଣ ପତ୍ର ପାଇବାରେ ବ୍ୟାଘାତ ଉପୁଜିବାରୁ ଜନ ଅସନ୍ତୋଷ ଦେଖା ଦେଇଥିବା ଜଣାପଡିଛି। ଏହା ସହିତ ସ୍କୁଲ ଓ କଲେଜ ପଢ଼ୁଥିବା ପିଲା ମାନେ ଅନଲାଇନ ପାଠପଢ଼ାରୁ ବାଦ ପଡିବାରୁ ଅଭିଭାବକ ମହଲରେ ମଧ୍ୟ ବର୍ତମାନର ସରକାରଙ୍କ ଉପରେ ବିରକ୍ତି ମନଭାବ ଆଣିଥିବା ପ୍ରକାଶ ପାଇଛି। ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ବିଏସଏନଏଲର ୩ଜି ନେଟୱର୍କ ସୁବିଧା ରହିଛି। ଆଜ ଯାଏ ବିଏସଏନଏଲର ୪ଜି ସେବା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଅଞ୍ଚଳ ବାସୀ ପକ୍ଷରୁ ବହୁବାର ବିଧାୟକ, ସାଂସଦ ଓ ଜିଲାପାଳଙ୍କୁ ନେଟ ୱାର୍କ ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଅବଗତ କରି ଆସିଥିବା ପ୍ରକାଶ ପାଇଛି। ହେଲେ ଆଜ ଯାଏ କୌଣସି ସୂଫଳ ପାଇନଥିବାରୁ ଜିଲା ପ୍ରଶାସନ ସହିତ ବିଧାୟକ ଓ ସାଂସଦ ଅଞ୍ଚଳ ବାସୀଙ୍କୁ ଭଣ୍ଡି ଚାଲି ଛନ୍ତି ବୋଲି ସର୍ବ ସାଧାରଣରେ ଆଲୋଚନା ହେଉଥିବା ଜଣାପଡିଛି। ଏହି ସମସ୍ୟା ନେଇଁ ବ୍ଲକ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ସଦସ୍ୟ ଗଣଙ୍କ ପକ୍ଷରୁ ମାନବାଧିକାର କ୍ଷୁର୍ଣ୍ଣ ହେହୁଥିବା କହିଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.