ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ, ଦୁଇ ମୃତ

ଭଞ୍ଜନଗର ୧୮/୧୧: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ।

ତାରାସିଙ୍ଗ ଥାନା ଅନ୍ତର୍ଗତ କୋକୋଳଵା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ଦୁହେଁ ମହାରାଷ୍ଟ୍ରର ବୋଲି ଜଣାପଡିଛି । ମହାରାଷ୍ଟ୍ରରୁ ପରିବା ନେଇ ଗଞ୍ଜାମ ଆସୁଥିବା ବାଟରେ ଘଟିଛି ଦୁର୍ଘଟଣା । ତାରାସିଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.