ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ

ଆନନ୍ଦପୁର ୧୮/୧୧: ଜଣେ ୧୪ ବର୍ଷୀୟା ନାବାଳିକାକୁ ଅପହରଣ ମାମଲା । ଚାନ୍ଦବାଲି ଅଞ୍ଚଳର ଅଭିଯୁକ୍ତ ସେକ୍ ଫୈଜଲ କୁ ଗିରଫ କରିଛି ଆନନ୍ଦପୁର ପୋଲିସ୍ ।

ଆନନ୍ଦପୁର ପୌରାଞ୍ଚଳ ୭ନଂ ଓ୍ବାର୍ଡ ମୁଣ୍ଡାସାହିରୁ ଗତ ମାର୍ଚ୍ଚ ମାସରେ ଫୈଜଲ ଜଣେ ନାବାଳିକାକୁ ଅପହରଣ କରିନେଇ ଅହମଦାବାଦରେ କାମରେ ଲଗାଉଥିଲା । ସେଠାରେ ନାବାଳିକାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପାଇ ପୋଲିସ୍ ଅହମଦାବାଦ ଠାରେ ପହଁଞ୍ଚିବା ପରେ ସଂପୃକ୍ତା ନାବାଳିକା ସହ ନିର୍ଯାତନାର ଶିକାର ଅନ୍ୟଜଣେ ଯୁବତୀ ଓ ଯୁବକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଘଟଣା ପରେ ଫେରାର ରହିଥିବା ଫୈଜଲ ଚାନ୍ଦବାଲି ଅଞ୍ଚଳରେ ଥିବା ନିଜ ଗାଁକୁ ଆସିଥିବା ଖବରପାଇ ପୋଲିସ୍ ଚଡାଉକରି ତାକୁ କାବୁ କରିଥିଲା । ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଆନନ୍ଦପୁର ଏସଡିପିଓ କହିଛନ୍ତି ।

nis-ad
Leave A Reply

Your email address will not be published.