ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ  ଗୌଡିଆବୋରଦା ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆଜି ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସୁନ୍ଦରୀ ମହାରଥାଙ୍କ ତତ୍ତ୍ବାବଧାନ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ  ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଶିବିରରେ ପଞ୍ଚାୟତ ସମେତ ଆଖ ପାଖ ପଞ୍ଚାୟତର ଲୋକମାନେ ଆସି ନିଜର ଆଖିର ପରୀକ୍ଷା କରାଇଥିଲେ । ମୋଟ ୪୯ ଜଣ ବୃଦ୍ଧ ବୃଦ୍ଧା ଶିବିରରେ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ଜଣଙ୍କ ଆଖିରେ ପରଳ ମାଡ଼ିଥିବା ଜଣା ପଡିଥିଲା । ପରଳ ମାଡ଼ିଥିବା ବ୍ୟକ୍ତିଙ୍କୁ ଅସ୍ତ୍ରୋପଚାର ପାଇଁ ଶଙ୍କର ଚିକିତ୍ସାଳୟ ପକ୍ଷରୁ ଆସିଥିବା ଗାଡ଼ିରେ ମେଡିକାଲ ନିଆଯାଇଥିଲା।  ସେଠାରେ ସେମାନଙ୍କୁ ମାଗଣା ଅସ୍ତ୍ରୋପଚର କରାଯିବା ସହ ରହିବା ଓ ଖାଇବାର ମଧ୍ୟ ବ୍ୟବସ୍ଥା କରାଯାଇଥିବା ହସ୍ପିଟାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଶିବିରକୁ ପ୍ରକାଶ ମହାରଥା ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.