ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ସ୍ମାରକପତ୍ର

ଫୁଲବାଣୀ : ବରିଷ୍ଠ ନାଗରିକ ତଥା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ଆଦିବାସୀ ବ୍ୟାପାର କଲ୍ୟାଣ ଓ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାରତ ସରକାର ବିଶେଶ୍ଵର ଟୁଡୁ ଙ୍କୁ ଦିଆଯାଇଛି । ଏଥିରେ ଯାହା ଲିଖିତ ରହିଛି କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜାତି ଜନଜାତି ତଥା ସର୍ବ ସାଧାରଣଙ୍କ ପାଇଁ ସହରରେ ଥିବା ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ କୌଣସି ଆୟୁରବେଦିକ ଚିକିତ୍ସାଳୟ ନଥିବା ଯୋଗୁ ସର୍ବ ସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଲୋପାଥିକ ଔଷଧ ଖାଇବା ଦ୍ବାରା ପାର୍ଶ୍ୱ ପାଇଁ ପ୍ରତିକ୍ରିୟା ବେଶୀ ଦେଖା ଯାଉଛି l ତେଣୁ କନ୍ଧମାଳ ଜିଲ୍ଲାରେ ଥିବା ସରକାରୀ ଆୟୁରବେଦିକ ଚିକିତ୍ସାଳୟ ଗୁଡିକ ଫୁଲବାଣୀ ସହର ଠାରୁ ଅତି ଦୂରରେ ଏବଂ ଅଗମ୍ୟ ଗ୍ରାମ୍ୟମାନଙ୍କରେ ଅବସ୍ଥିତ ହୋଇଥିବାରୁ ସେଠାକୁ ଚିକିତ୍ସା ପାଇଁ ଯିବା ଆସିବା ସମ୍ଭବ ହେଉନାହିଁ । ଓଡିଶାର ଥିବା ବିଭିନ୍ନ ପ୍ରତିଷ୍ଠିତ ସରକାରୀ ଆୟୁରବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଗୁଡିକ ଯଥା କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁରବେଦିକ ମହାବିଦ୍ୟାଳୟ, ଆଙ୍କୁଶପୁର, ଗଞ୍ଜାମ, ୧୫୫ କି.ମି. ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ, ବଲାଙ୍ଗିର- ୧୭୦ କି.ମି. ଏବଂ ଗୋପବନ୍ଧୁ ଆୟୁରବେଦିକ ମହାବିଦ୍ୟାଳୟ, ପୁରୀ ୨୩୦ କି.ମି. ଦୂରରେ ଅବସ୍ଥିତ ।ସରକାରୀ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କାର ବହୁ ଦାମୀ ଆୟୁର୍ବେଦିୟ ଔଷଧ ଚିକିତ୍ସାଳୟକୁ ଆସୁଥିଲେ ମଧ୍ୟ ଫୁଲବାଣୀ ସହରରେ ରହୁଥିବା ବରିଷ୍ଠ ନାଗରିକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ତଥା ସହରରେ ରହୁଥିବା ଜାତି, ଜନଜାତି ତଥା ସର୍ବ ସାଧାରଣ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ।ତେଣୁ ପତ୍ର ମାଧ୍ୟମରେ
ଅନୁରୋଧ କରାଯାଇଛି ଯେ ଫୁଲବାଣୀ ସଦର ମହାକୁମା ଫୁଲବାଣୀ ଠାରେ ଏକ ସରକାରୀ ଆୟୁରବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରତିଷ୍ଠା କଲେ ସହରର, ବରିଷ୍ଠ ନାଗରିକ ଏବଂ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ତଥା ଫୁଲବାଣୀ ସହରର ଜାତି ଜନଜାତି ତଥା ସର୍ବ ସାଧାରଣ ଉପକୃତ ହୋଇପାରିବେ l ପ୍ରକାଶ ଥାଉ କି ଏହାର ଏକ ନକଲ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଙ୍କ ଜରିଆରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି l

nis-ad
Leave A Reply

Your email address will not be published.