ମାଲକାନଗିରି ଜିଲ୍ଲାରେ ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତିକୁ ନେଇ ତେଜିଲା ବିବାଦ…


ବିରୋଧ କଲା ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ।

ମାଲକାନଗିରି : ମାଲକାନଗିରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦୀର୍ଘ ଦିନର ବେରୋଜଗାର ଓ ନିଯୁକ୍ତିକୁ ନେଇ ରହିଥିବା ଅସନ୍ତୋଷ ପୁଞ୍ଜିଭୂତ ହୋଇଛି । ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ପରେ ଆଜି ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । ଚଳିତ କନିଷ୍ଠ ଶିକ୍ଷକ ନିଯୁକ୍ତି ଏକ ଲମ୍ବା ସମୟ ପରେ ଶେଷରେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ନିଯୁକ୍ତି ଜିଲ୍ଲା ଭିତ୍ତିକ ନ କରି ମେଧାକୁ ପ୍ରାଥମିକତା ଭିତ୍ତିରେ ରାଜ୍ୟସ୍ତରୀୟ କରାଯାଇଛି । ତେବେ ଆଜି ମାଲକାନଗିରି ଜିଲ୍ଲାରେ ସ୍ଥାନୀୟ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ହେଉଥିବା ରାଜିନାମା ସମୟରେ ଖୁବ୍ ତାତିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଆନ୍ଦୋଳନକାରୀଙ୍କ ପ୍ରତିକ୍ରିୟା ମୁତାବକ, ଲମ୍ବା ସମୟ ଧରି ପୂର୍ବତନ ବିଜେଡ଼ି ଶାସନରେ ଯାହା ଦେଖାଯାଇଥିଲା ଅନୁରୂପ ଭାବେ ବର୍ତ୍ତମାନ ବିଜେପି ଶାସନରେ ମଧ୍ୟ ରାଜ୍ୟ ସ୍ତରୀୟ ନିଯୁକ୍ତି ଦିଆଯାଉଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ପ୍ରଥମ ପୀଢ଼ି ଭାବେ ଶିକ୍ଷା କ୍ଷେତ୍ରରୁ ଉତ୍ତୀର୍ଣ୍ଣ ହେଉଥିବା ଶିକ୍ଷାର୍ଥୀ ମାନଙ୍କୁ, ରାଜ୍ୟସ୍ତରୀୟ ଏକକ ପରୀକ୍ଷଣ ଭଳି ଏକ ଜନବିରୋଧୀ ପ୍ରକ୍ରିୟା ଜରିଆରେ ବାରମ୍ବାର ପ୍ରୋତ୍ସାହନ ଦିଆଯିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ନେଇ ଗୁରୁତ୍ଵ ଦେଉଥିବା ଦଳ ଓ ଦଳର ନେତା ମାନେ ଆଜି ଶାସକ ଦଳରେ ରହି ପାଟିରେ ଆଙ୍ଗୁଠି ଦେଇ ରାଜ୍ୟସ୍ତରୀୟ ନିଯୁକ୍ତିକୁ ନୀରବ ସମର୍ଥନ ଦେଉଛନ୍ତି । ତେବେ ପ୍ରକାଶ ଥାଉକି, ଚଳିତ ସେପ୍ଟେମ୍ବର ୧୮ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଏହି ଯୋଜନାଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ଖୋଦ୍ ଜିଲ୍ଲାପରିଷଦ ସଦସ୍ୟ, ସଦସ୍ୟା ଙ୍କ ସମେତ ଚିତ୍ରକୋଣ୍ଡା ବିଧାୟକ, ମାଲକାନଗିରି ବିଧାୟକ ଏବଂ ନବରଙ୍ଗପୁର ସାଂସଦଙ୍କ। ଉପସ୍ଥିତିରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ତେବେ ଆଜି ମାଲକାନଗିରି ଜିଲ୍ଲାର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ସଂଗଠନ ଏବଂ ଆଦିବାସୀ ନେତୃତ୍ୱ କନିଷ୍ଠ ଶିକ୍ଷକ ନିଯୁକ୍ତି ରାଜିନାମା ଚାଲିଥିବା ବୁଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ହୋ ହାଲ୍ଲା କରି ବିରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ପରିସ୍ଥିତିର ପୂର୍ବାନୁମାନ କରି ବ୍ୟାପକ ପୋଲିସ୍ ମୃତୟନ ଜରିଆରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ କରାୟତ କରାଯଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ନହେଲେ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି କୁହାଯାଇଛି ।ଆଜିର ଏହି ପ୍ରତିବାଦରେ ଆଦିବାସୀ ନେତା ଘେନୁ ମୁଦୁଲି, ଘନଶ୍ୟାମ ମାଡକାମୀ,ସୋନୁ ଅନୁଗୁ, ସରପଞ୍ଚ ସଙ୍ଘ ସଭାପତି ଶ୍ରୀନିବାସ ମୁଦୁଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଡମ୍ବୁରୁ ବାଘ,ସର୍ବ ବିଷୋୟୀ ଅନ୍ୟାନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.