ନୂଆଦିଲ୍ଲୀରେ ବଡଦାସୁଡୁ ଆର୍‌. ସତ୍ୟମ ରେଡ୍ଡୀ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ରେ ସମ୍ମାନୀତ

ଛତ୍ରପୁର,୧୬ା୧୧ : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀ ର ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମୀନି ଦାସୁଡୁ ସତ୍ୟମ ସେବା ନୃତ୍ୟକଳା କେନ୍ଦ୍ର (ଭଗବତ ଗାଦି) ର ସଭାପତି ତଥା ଜୟଦେବ ପୁରଷ୍କାର ପ୍ରାପ୍ତ ବଡଦାସୁଡୁ ନୃତ୍ୟଗୁରୁ ଆର୍‌. ସତ୍ୟମ ରେଡ୍ଡୀଙ୍କୁ ବହୁଜନ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ତରଫରୁ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ତୃତୀୟ ଅଲ ଇଣ୍ଡିଆ କନଫେରେନ୍ସି ରେଏକ ବିରାଟ ଭବ୍ୟ ସମାବେଶରେ ଏହି ପୁରଷ୍କାରରେ ବଡ଼ ଦାସୁଡୁ ଶ୍ରୀ ରେଡ୍ଡୀ ସମ୍ମାନୀତ ହୋଇଛନ୍ତି । ବହୁଜନ ସାହିତ୍ୟ ଏକାଡେମୀର ଜାତୀୟ ସଭାପତି ନାର୍ଲା ରାଧାକ୍ରିଷ୍ଣା ଏବଂ ବହୁ ଗଣ୍ୟମାନ୍ୟ ଅତିଥୀଙ୍କ ଠାରୁ ଏହି ପୁରସ୍କାର ପାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ବୁଧବାର ଅପରାହ୍ନ ରେ ସେ ପୁରସ୍କାର ନେଇ ଛତ୍ରପୁର ରେ ପହଂଚିବା ପରେ ଗଞ୍ଜାମ ଜିଲ୍ଲାର ବହୁ ଆଧ୍ୟାତ୍ମିକ କଳା ସଂଗଠନର କର୍ମକର୍ତ୍ତା ଓ ନୃତ୍ୟ କଳାକାର ଏବଂ ଛତ୍ରପୁରବାସୀଙ୍କ ପକ୍ଷରୁ ସ୍ଥାନୀୟ ବଡ଼ ଷ୍ଟେସନ ଠାରେ ତାଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି ।
ସେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କଳାକୃତ୍ୟ ପରିବେଷଣ କରି ଜିଲ୍ଲା ଓ ରାଜ୍ୟସ୍ତରରୁ ବହୁ ପୁରଷ୍କାର ଆଣିଛନ୍ତି ।
ତେଣୁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଓ ତାଙ୍କର ଦୀର୍ଘ ନିରାମୟ କାମନା କରିଛନ୍ତି ।

nis-ad
Leave A Reply

Your email address will not be published.