ସୁନ୍ଦରଗଡ଼ଠାରେ ଜାତୀୟ ପ୍ରେସ ଦିବସ ପାଳିତ

ରାଷ୍ଟ୍ର ଗଠନରେ ଗଣମାଧ୍ୟମ ର ଭୂମିକା ଉପରେ ଆଲୋଚନା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ମହକୁମା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି I ଏହି ଦିବସ ଅବସରରେ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ବୈଠକ ଅୟୋଜିତ ହୋଇଯାଇଛି I ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ସାମ୍ବାଦିକ ମାନଙ୍କ କାର୍ଯ୍ୟ କୁ ପ୍ରସଂଶା କରିବା ସହିତ ସମାଜ ର ଉନ୍ନତି ନିମନ୍ତେ ସାମ୍ବାଦିକଙ୍କ ସହଯୋଗ କାମନା କରିଥିଲେ I ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ସରୋଜ କୁମାର ମିଶ୍ର ଦିବସ ର ଶୀର୍ଷକ ” ରାଷ୍ଟ୍ର ଗଠନରେ ଗଣମାଧ୍ୟମ ର ଭୂମିକା” ଉପରେ ଆଲୋଚନା କରିଥିଲେ I ସାମ୍ବାଦିକ ମାନେ ସମାଜ ର ଜାଗ୍ରତ ପ୍ରହରୀ ଏବଂ ବହୁ ସମୟରେ ଦୃଷ୍ଟି ଗୋଚର ହେଉନଥିବା ନଥିବା ବିଭିନ୍ନ ସମସ୍ୟା ଗୁଡିକ ସାମ୍ବାଦିକ ଲୋକ ଲୋଚନକୁ ଆଣିଥାନ୍ତି ଏବଂ ଏହାଦ୍ଵାରା ସେହି ସମସ୍ୟା ଗୁଡିକ ଉପରେ ସଠିକ ଭାବେ ଦ୍ରୁଷ୍ଟି ମଧ୍ୟ ଦିଆ ଯାଇଥାଏ ବୋଲି କହିଥିଲେ I
ବୈଠକରେ ଯୋଗ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଅମୂଲ୍ୟ ପଧାନ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ପ୍ରଧାନ ଦିବସ ର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ I ଜିଲ୍ଲା ପ୍ରେସ କ୍ଲବ ର ସଚିବ ଶ୍ରୀ ଦେବାଶିଷ କବି ନିଜ ବକ୍ତବ୍ୟରେ ସାମ୍ବାଦିକ ମାନଙ୍କ କାର୍ଯ୍ୟ, କର୍ତ୍ତବ୍ୟ ତଥା ସୂଚନା ପ୍ରସାରଣ ରେ ସାମ୍ବାଦିକ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ I ସେହିପରି ଉପସ୍ଥିତ ଥିବା ସାମ୍ବାଦିକ ମାନେ ଜାତୀୟ ପ୍ରେସ ଦିବସ ର ମହତ୍ତ୍ୱ ସମ୍ପର୍କରେ କହିବା ସହିତ ସମାଜ ପ୍ରତି ସମ୍ବାଦ ଓ ସାମ୍ବାଦିକ ଙ୍କ ଭୂମିକା ଉପରେ ବିସ୍ତ୍ରୁତ ମତାମତ ପୋଷଣ କରିଥିଲେ I ସରକାରୀ ମହାବିଦ୍ୟାଳୟ ର ଅତିଥି ଅଧ୍ୟାପିକା ଶ୍ରୀମତୀ ସୁସ୍ମିତା ଭୋଇ ଭାରତୀୟ ଇତିହାସ ପ୍ରତି ସମ୍ବାଦ ପତ୍ର ଏବଂ ସାମ୍ବାଦିକ ମାନଙ୍କ ଅବଦାନ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ I ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ବୈଠକ ପରିଚାଳନା କରିଥିଲେ ଏବଂ ଜିଲ୍ଲା ଆପତକାଳୀନ ବିଭାଗର ଶ୍ରୀ ବିବିଧ ବିଶ୍ଵ ଧନ୍ୟବାଦ ଅର୍ପଣ କରିଥିଲେ I ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରଭାସିନୀ ଚକ୍ର, ଜିଲ୍ଲା ଆପାତ କାଳୀନ ଅଧିକାରୀ ଶ୍ରୀମତୀ କୁନ୍ତୀ ନାୟକ, ସୁନ୍ଦରଗଡ଼ ପୌର ସଂସ୍ଥା ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ, ସମସ୍ତ ଛାପା ତଥା ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ I
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.