ସ୍ୱାଭିମାନ ଅଞ୍ଚଳ ମତ୍ସ୍ୟ ଚାଷୀଙ୍କୁ ୬୦ ଗୋଟି ଡ଼ଙ୍ଗା ପ୍ରଦାନ

ଚିତ୍ରକୋଣ୍ଡା (୧୫/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପିପଲପଦର ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ସେତୁ ପ୍ରକଳ୍ପ ମାଧ୍ୟମରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ତିନି ଗୋଟି ପଞ୍ଚାୟତ ଯନ୍ତ୍ରୀ, ଅଣ୍ଡିରାପାଲି ଏବଂ ପଣଷପୁଟ ପଞ୍ଚାୟତକୁ ତିନି ଗୋଟି ମତ୍ସ୍ୟ ସମବାୟ ସମିତିର ମତ୍ସ୍ୟ ଚାଷୀଙ୍କୁ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ଓ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ଉପସ୍ଥିତ ରହି ଷାଠିଏ ଗୋଟି ଡ଼ଙ୍ଗା ପ୍ରଦାନ କରିଛନ୍ତି l ଉକ୍ତ ଡ଼ଙ୍ଗା ପ୍ରଦାନ କାର୍ଯ୍ୟକ୍ରମରେ କୋରାପୁଟ ଜୋନ୍ ର ଉପ ମତ୍ସ୍ୟ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବେହେରା, ମାଲକାନଗିରି ଜିଲ୍ଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ, ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ଼, ଏ.ଏଫ.ଓ. ମନୋଜ କୁମାର ଜେନା , ସମବାୟ ମତ୍ସ୍ୟ ନିରୀକ୍ଷକ ସଂଗ୍ରାମ କେଶରୀ ବିଶ୍ୱାଳ ଉପସ୍ଥିତ ରହି ମତ୍ସ୍ୟ ଚାଷୀଙ୍କୁ ଡ଼ଙ୍ଗା ପ୍ରଦାନ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଗୁରୁପ୍ରିୟା ସେତୁ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀଙ୍କ ଶହେ କୋଟି ପ୍ୟାକେଜ ରୁ କୋଡିଏ କୋଟି ଟଙ୍କା ସ୍ୱାଭିମାନ ଅଞ୍ଚଳ ମତ୍ସ୍ୟ ଚାଷୀଙ୍କ ବିକାଶ ପାଇଁ ଘୋଷଣା କରାଯାଇଥିଲା l ଆଗରୁ ମଧ୍ୟ ମତ୍ସ୍ୟ ସମବାୟ ମାଧ୍ୟମରେ ବାଲିମେଳା ଜଳ ଭଣ୍ଡାର, ଗୁରୁପ୍ରିୟା, ଡ଼ାଇକ ୱାନ ଘାଟ ଭଳି ବିଭିନ୍ନ ସ୍ଥାନରେ ଅଙ୍ଗୁଳିକା ମାଛ ଜାଆଁଳ ଛଡ଼ା ଯାଉଥିଲା ପରେ ମତ୍ସ୍ୟ ଚାଷୀ ମାନଙ୍କୁ ସମବାୟ ମାଧ୍ୟମରେ ମାଛ ମାରିବା ପାଇଁ ଜାଲ ପ୍ରଦାନ କରାଯାଇଥିଲା ଆଜି ସ୍ୱାଭିମାନ ଅଞ୍ଚଳ ମତ୍ସ୍ୟ ଚାଷୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆସିବା ପାଇଁ ଆଗରୁ ଗୁରୁପ୍ରିୟା ଠାରେ ଡ଼ଙ୍ଗା ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଉକ୍ତ ତିନି ଗୋଟି ପଞ୍ଚାୟତକୁ ଏକ ଶହଟି ଡ଼ଙ୍ଗା ପ୍ରଦାନ କରାଯିବାର ଯୋଜନା ଯଦିଓ ଥିଲା ସେଥିମଧ୍ୟରୁ ଆଜି ୬୦ ଗୋଟି ମାଛ ମରା ଡ଼ଙ୍ଗା ପ୍ରଦାନ କରାଯାଇଛି l ସ୍ୱାଭିମାନ ଅଞ୍ଚଳର ପଣଷପୁଟ, ଅଣ୍ଡିରାପାଲି ଏବଂ ଯନ୍ତ୍ରୀ ପଞ୍ଚାୟତର ଶତାଧିକା ମତ୍ସ୍ୟ ଚାଷୀ ଆଜିର ଏହି କାର୍ଯ୍ୟକ୍ରମ ଯୋଗ ଦେବା ସହ ଡ଼ଙ୍ଗା ଗ୍ରହଣ କରି ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଉକ୍ତ ଡ଼ଙ୍ଗା ପ୍ରଦାନ କାର୍ଯ୍ୟକ୍ରମକୁ ମତ୍ସ୍ୟ ବିଭାଗ ସୁପରଭାଇଜର କୈଳାସ ଚନ୍ଦ୍ର ପାତ୍ର ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.