ଆଉଟସୋରସିଂ ବ୍ୟବସ୍ଥାରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ଏନଏସି ରେ ଥିବା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହଳଧର ଶବର ଙ୍କ ନିକଟରେ ଦାବି ପତ୍ର ପ୍ରଦାନ। ବିଶେଷ କରି ବିଭିନ୍ନ ଘରୋଇ ସର୍ଭିସ ପ୍ରୋଭାଇଡର ଏଜେନ୍ସି ଙ୍କ ଦ୍ଵାରା ନିୟୋଜିତ ହୋଇ ସରକାରୀ ବିଭାଗରେ କାର୍ଯ୍ୟରତ ଲକ୍ଷାଧିକ ଆଉଟସୋରସିଂ କର୍ମଚାରୀ ନିୟମିତ ହେବାରୁ ବଂଚିତ ହୋଇଛନ୍ତି। ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ଆଉଟସୋରସିଂ କର୍ମଚାରୀ ମାନେ ବର୍ଷ ବର୍ଷ ଧରି ନିଷ୍ଠାପର ଭାବେ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କୁ ସରକାରୀ କର୍ମଚାରୀ ଭୋଳି କୌଣସି ପ୍ରକାର ସୁବିଧା ସୁଯୋଗ ଦିଆଯାଇନି। ଅତନ୍ତ୍ୟ ସ୍ୱଳ୍ପ ଦରମାରେ ତଥା ଚାକିରିର ଅନିଶ୍ଚିନ୍ତତା ମଧ୍ୟରେ କାର୍ଯ୍ୟକାରୀ ଅନେକ ଗୁଡିଏ ଗୁରୁତର ସମସ୍ୟା ଭିତର ଦେଇ ଗତି କରୁଛୁ ବୋଲି କହିଛନ୍ତି। ଆମର ବାରମ୍ବାର ଦାବି ସତ୍ତ୍ୱେ ସରକାର ଦାବି ପୂରଣ କରିବାରେ ବିଫଳ ହୋଇଛନ୍ତି।ସେହି କାରଣରୁ ଅନ୍ୟ ଉପାୟ ନ ଦେଖି ରାଜ୍ୟର ଆଉଟସୋରସିଂ କର୍ମଚାରୀ ମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି।ଏହି ପରିପ୍ରେକ୍ଷୀରେ ରାଜ୍ୟ ଆଉଟସୋରସିଂ ମହାସଂଘର ନିଷ୍ପତ୍ତି ପ୍ରକାରେ ଆସନ୍ତା ନଭେମ୍ବର୧ ୧୪ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆଉଟସୋରସିଂ କର୍ମଚାରୀ ପ୍ରତିବାଦ ସ୍ବରୂପ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରିବାକୁ ସ୍ଥିର କରିଛୁ। ଯଦି ସରକାର ଏହା ପରେ ବି ଆମ ନିମ୍ନୋଲିଖିତ ଦାବିକୁ ନେଇ କିଛି ଘୋଷଣା କରିବେ ନାହିଁ ତାହା ହେଲେ ଆମେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବୁ ଏବଂ ଆସନ୍ତା ନଭେମ୍ବର ୨୬ ତାରିଖରେ ଭୁବନେଶ୍ୱର ସ୍ଥିତ ପି.ଏମଜି ଠାରେ ରାଜରାସ୍ତା ଉପରେ ଧାରଣା ଦେବାକୁ ଓହ୍ଲାଇବୁ ଏବଂ ଆଗାମୀ ଦିନରେ ସମସ୍ତ ବିଭାଗର କାମ ବନ୍ଦ କରିବାକୁ ଆମେ ବାଧ୍ୟ ହେବୁ ବୋଲି କହିଛନ୍ତି। ଦାବି ଗୁଡିକ ହେଲା ୧-ରାଜ୍ୟରେ ସରକାରୀ ନିଯୁକ୍ତିରେ ଠିକା ବ୍ୟବସ୍ଥା ଭଳି ଆଉଟସୋରସିଂ ବ୍ୟବସ୍ଥାର ମଧ୍ୟ ଉଚ୍ଛେଦ କରାଯାଉ। ୨-ରାଜ୍ୟ ସରକାରଙ୍କ ପାଖରେ କାର୍ଯ୍ୟରତ ସମସ୍ତ ଆଉଟସୋରସିଂ କର୍ମଚାରୀ ଙ୍କୁ ଅବିଳମ୍ବେ ସ୍ଥାୟୀ କରାଯାଉ। ୩-ସରକାର ପୂର୍ବରୁ ଘୋଷଣା କରିଥିବା ୧୨ଟି ସବୈତନିକ ଛୁଟିକୁ ତୁରନ୍ତ ଲାଗୁ କରାଯାଉ।

nis-ad
Leave A Reply

Your email address will not be published.