କନ୍ଧମାଳ ଜିଲ୍ଲା ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ଫୁଲବାଣୀ :- କନ୍ଧମାଳ ଜିଲାର ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦଫା ଦାବୀପତ୍ର କନ୍ଧମାଳ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଠାରେ ସୂଚନାଯୋଗ୍ୟ ଯେ୨୦୧୭ ମସିହାରେ ସରକାର ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଶିକ୍ଷ୍ୟାଗତ ଯୋଗ୍ୟତା ସ୍ନାତକଡିଗ୍ରୀ ସହିତ କମ୍ପ୍ୟୁଟର ଦକ୍ଷ୍ୟତା କୁ ବୃଦ୍ଧି କଲେ କିନ୍ତୁ ସଂଶୋଧିତ ନିୟମ ଅନୁଯାୟୀ ଜିଲ୍ଲା ସ୍ତରୀୟ ଅମଲାଙ୍କ ଆଜି ପର୍ଯ୍ୟନ୍ତ  ସେହି ହାରରେ ଦରମା ସଂଶୋଧନ କରି ନାହାନ୍ତି ଯାହାକି ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି କରିଛି l ରାଜ୍ୟ ଅମଲା ସଂଘ ଏହି ବାବଦରେ ବହୁ ପୂର୍ବରୁ ବାରମ୍ବାର ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଆସିଛି ,କିନ୍ତୁ ଏ ଯାବତ ଆଶାନୁରୂପ ଫଳ ମିଳିପାରିନାହିଁ । ଏହି ବାବଦରେ ଗତ ୩୦.୧୦.୨୦୨୨ ତାରିଖ ଦିନଭୁବନେଶ୍ୱର ଜୟଦେବ ଭବନ ଠାରେ ଓଡ଼ିଶା ଅମଲା ସଂଘର ଏକ ଜରୁରୀକାଳୀନ କାର୍ଯ୍ୟକାରୀଣୀ ବୈଠକର ଆୟୋଜିତ ହୋଇଥିଲା ଏବଂ ଏହି ବୈଠକରେ ନଭେମ୍ବର ୨୭ ତାରିଖରେ ଭୁବନେଶ୍ବର ଠାରେ ଅମଲା ସମାବେଶ କରାଯିବ ନେଇ  ନିଷ୍ପତି ହୋଇଥିଲା । ଆନ୍ଦୋଳନକୁ ଯିବା ପୂର୍ବରୁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତା ୧୫.୧୧.୨୦୨୨ ଋଖ ଦିନ  ଅମଲା ସଂଘର ସମସ୍ତ ଜିଲ୍ଲା ଶାଖା ତରଫରୁ ନିଜ ନିଜ ଜିଲ୍ଲା ର ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟକଙ୍କ ଦରମା ୧୯୦୦ ଗ୍ରେଡ଼ ପେ ରୁ ୪୨୦୦ ଗ୍ରେଡ଼ ପେ (Level-9) କୁ ବୃଦ୍ଧି ଦାବିରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ନିମନ୍ତେ ନିସ୍ପତି ଗ୍ରହଣ କରା ଯାଇଥିଲା l ଏଣୁ ଗତ ୩୦.୧୦.୨୦୨୨ ତାରିଖରେ ରାଜ୍ୟ ସଂଘର ନିଷ୍ପତି ମୁତାବକ ଅମଲା ସଂଘ କନ୍ଧମାଳ ଜିଲ୍ଲା ଶାଖା ତରଫରୁ ମଧ୍ୟ ଏକ ସ୍ମାରକ ପତ୍ର ଜିଲ୍ଲା ସଭାପତି ଦେବେନ୍ଦ୍ର ନାଥ ପାତ୍ରଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାପାଳଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି l ସ୍ମାରକ ପତ୍ର ଦେବା ସମୟରେ ଜିଲ୍ଲା ଶାଖାର କାର୍ଯ୍ୟକାରୀ ସଭାପତି ବିଶ୍ଵନାଥ ବାରିକ, ସହ ସମ୍ପାଦକ ସରୋଜ କୁମାର ପାତ୍ର, ଅମ୍ବିକା ପ୍ରସାଦ ପାତ୍ର , ଜୟଦେବ ନାୟକ, ପୁରନ୍ଦର ପୁଟ୍ଟା ,ପ୍ରଭଞ୍ଜନ ଦାଶ , ସୁଶାନ୍ତ କୁମାର ନାୟକ,ସୁମିତ୍ରା ପ୍ରିୟଦର୍ଶିନୀ ମଲ୍ଲିକ, ପ୍ରିୟଙ୍କା ରଥ ଓ ସୁଶାନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ପ୍ରାୟ ୬୦ ଜଣ ଯୋଗ ଦେଇଥିଲେ ଯଦି ଇତି ମଧ୍ୟରେ ସରକାର ଅମଲା ସଂହାର  ଦାବି ପୂରଣ ନକରନ୍ତି ତେବେ ରାଜ୍ୟ ସଂଘର ଡାକରା କ୍ରମେ ଆସନ୍ତା ୨୭.୧୧.୨୦୨୨ ତାରିଖ ଦିନ ସମଗ୍ର ଓଡ଼ିଶାର ଅମଲା ରାଜରାସ୍ତାକୁ ଓହ୍ଲାଇବା ସହିତ ଭୁବନେଶ୍ୱର ଲୋକସେବା ଭବନ ସାମ୍ନାରେ ବିଶାଳ ଗର୍ଜନ ସମାବେଶ କରିବେ ବୋଲି ଜିଲ୍ଲା ସମ୍ପାଦକ ଅଶୋକ କୁମାର ଗଉଡ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.