ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର


ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ସମ୍ମିଳନୀ କକ୍ଷରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାଠଚକ୍ରର ଶୀର୍ଷକ ” ହବସ୍ , ଲକ୍ ଏବଂ ରୁଷୋ – ଏକ ତୁଳନାତ୍ମକ ବିଶ୍ଳେଷଣ” ରହିଥିଲା । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ , ମୁଖ୍ୟ ବକ୍ତା ଭାବେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା , ସମ୍ମାନିତ ଅତିଥି ଭାବେ ବଳଦେବଜୀଉ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଅନିଲ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଉକ୍ତ ଦାର୍ଶନିକ ତ୍ରୟଙ୍କ ମଧ୍ୟରେ ତୁଳନାତ୍ମକ ବିଶ୍ଳେଷଣ ଉପସ୍ଥାପନ କରିଥିଲେ । ବିଭାଗୀୟ ଶେଷ ବର୍ଷ ଛାତ୍ରୀ ନନ୍ଦିନୀ ବିଶ୍ବାସ ବିଶ୍ବାଳ ଶୀର୍ଷକ ସମ୍ବଳିତ ଏକ ସନ୍ଦର୍ଭ ପାଠ କରିଥିଲେ । ଏଥି ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଦାର୍ଶନିକ ଥୋମାସ୍ ହବସ୍, ଜନ୍ ଲକ୍ ଓ ଜେଜେ ରୁଷୋଙ୍କ ପାଠ୍ଯ ପୁସ୍ତକ ଅଧିକନ୍ତୁ କଥନ ସମ୍ପର୍କରେ ବ୍ଯାପକ ଆଲୋଚନା କରାଯାଇଥିଲା । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ପାଠଚକ୍ରର ପ୍ରାରମ୍ଭରେ ଅଧ୍ଯାପକ ବିନୋଦ କୁମାର କର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.