ମାଲକାନଗିରିରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ଦୁଇ ଦିନିଆ କର୍ମଶାଳା

ମାଲକାନଗିରି (୧୫/୧୧) : ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ସଂଯୋଜନ ( ଡିପିଏମୟୁ) ବିଭାଗର ମିଳିତ ଆନୁକୁଲ୍ୟରେ ‘ ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟ ରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ’ ବିଷୟବସ୍ତୁ ନେଇ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁ , ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସହ ନିର୍ଦ୍ଦେଶକ ଶ୍ରୀମତୀ ଅଳକା ଜେନା , ଡିପିଏମୟୁର ଉପ ନିର୍ଦ୍ଦେଶକ ଶ୍ରୀ ଗୋଲକ ଚନ୍ଦ୍ର ଦଳେଇ ମଞ୍ଚାସୀନ ଥିଲେ ।
ଏହି ଅବସରରେ ଶ୍ରୀ ସିଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ଦୃଢ ତଦାରଖ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପଂଚାୟତ ସ୍ତରରେ ମାଇକ୍ରୋ ପ୍ଲାନିଂ କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ସିଡିଓ ଶ୍ରୀ ସାହୁ ଉଲ୍ଲେଖ କରିଥିଲେ ଯେ ନିରନ୍ତର ବିକାଶର ଲକ୍ଷ୍ୟ କୁ ପର୍ଯ୍ୟବେସିତ କରି ବ୍ଲକ ଉନ୍ନୟନ ଯୋଜନା ଓ ଗ୍ରାମ ପଞ୍ଚାୟତ ଯୋଜନା ପ୍ରସ୍ତୁତ ହେବା ଦରକାର । ଉପ ନିର୍ଦ୍ଦେଶକ ଶ୍ରୀ ଦଳେଇ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସହ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ , କମ୍ୟୁନିକେସନ କନସଲଟାଣ୍ଟ , ଶ୍ରୀ ସନ୍ତୋଷ କୁମାର ବେହେରା , ଏସଡିଜି କନସଲଟାଣ୍ଟ, ଶ୍ରୀ ଭେଙ୍କେଟେଶ ନାଏକ , ଡଃ ରମେଶ ଚାଲାଣ ଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଶିବିରରେ ଯୋଗ ଦେଇଛନ୍ତି ।

nis-ad
Leave A Reply

Your email address will not be published.