ଆରମ୍ଭ ହେଲା ଅପରେସନ ନୀଳ ଜହର

ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ ହେଲା ୧୧୦ ଏକର ବେଆଇନ୍ ଗଞ୍ଜେଇ ଚାଷ
ଫୁଲବାଣୀ : ଆରମ୍ଭ ହେଲା ଅପରେସନ ନୀଳ ଜହର। କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏହି ଅପରେସନ। ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ସିପାଞ୍ଜିରି ଅଞ୍ଚଳରେ ୧୧୦ ଏକର ଜଙ୍ଗଲ ଜମିରେ ବେଆଇନ୍ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଅଞ୍ଚଳରେ ବେଆଇନ୍ ଗଞ୍ଜେଇ ଚାଷ ଓ ଚାଲାଣରେ ରୋକ୍ ଲଗାଇବାକୁ ଏହି ପଦକ୍ଷେପ ନିଆଯାଇଛି। ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିବା ବେଳେ ଏକ୍ଜୁକୁଟିଭ୍ ମାଜିଷ୍ଟ୍ରେଟ ବିରେନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତିରେ ଅବକାରୀ ଅଧିକାରୀ, କର୍ମଚାରୀଙ୍କ ସମେତ ସଶସ୍ତ୍ର ପୋଲିସ ବାହିନୀ ଏହି ଅପରେସନରେ ସାମିଲ୍ ହୋଇଥିଲେ । ନଷ୍ଟ କରାଯାଇଥିବା ବେଆଇନ୍ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧୧କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସେପଟେ ଆଗାମୀ ଦିନରେ ମଧ୍ୟ ବାଲିଗୁଡ଼ାର ବିଭିନ୍ନ ଅଞ୍ଚଳରେ ଏହି ଅପରେସନ ଜୋରଦାର କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

nis-ad
Leave A Reply

Your email address will not be published.