ଖୁବ୍‌ଶୀଘ୍ର ନିଷ୍ପତ୍ତି: ସ୍କୁଲରେ ମିଳିବ ଜେଇଇ, ନିଟ୍‌ କୋଚିଂ

ଭୁବନେଶ୍ୱର: ଡାକ୍ତର ଓ ଇଂଜିନିୟର ପାଠ ପଢିବାରେ ଆଉ ଅର୍ଥ ସାଜିବନି ବାଧକ । ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ହେବ ସାକାର । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମାଗଣାରେ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ  । ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର କଲେଜ ଆସିବା ପରେ ଖୁବ୍‌ ଶୀଘ୍ର ଏପରି କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗର ଏପରି ପଦକ୍ଷେପରେ ଛାତ୍ରଛାତ୍ରୀ ବେଶ୍‌ ଖୁସି ଥିବା ବେଳେ ସେମାନେ ବି ନିଜ ସ୍ୱପ୍ନ ପୂରଣ କରିପାରିବେ ବୋଲି ଆଶବାଦୀ ଅଛନ୍ତି।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସରକାରୀ ସ୍କୁଲରେ ବି ଦିଆଯିବ ଏହି କୋଚିଂ। ଫଳରେ ଗରିବ ଓ ମଧ୍ୟମ ବର୍ଗର ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରର ପରୀକ୍ଷା ଦେବାକୁ ନିଜକୁ ପ୍ରସ୍ତୁତ କରିପାରିବେ।  ମାଟ୍ରିକରେ ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଏହି କୋଚିଂ ଦିଆଯିବ ।

ରାଜ୍ୟର ଅପଗ୍ରେଡ ହୋଇଥିବା ୧୦୧ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ତେବେ ଖୁବ୍‌ ଶୀଘ୍ର ସବୁ ସ୍କୁଲରେ ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।

nis-ad
Leave A Reply

Your email address will not be published.