୧୪ରୁ କଳାବ୍ୟାଜ୍‌ ପିନ୍ଧିବେ ଆଉଟସୋରସିଂ କର୍ମଚାରୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଡିଆରଡିଏ ଡିପିଆରଶି ବୈଠକ ଗୃହରେ ଆଉଟସୋରସିଂ କର୍ମଚାରୀଙ୍କ ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀମାନେ ସାମିଲ ହୋଇଥିଲେ। ଗତ ମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତ ପ୍ରଥାକୁ ଉଚ୍ଛେଦ କରାଗଲା ବୋଲି ଘୋଷଣା କରିଥିଲେ । ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆଉଟସୋରସିଂରେ ନିଯୁକ୍ତ ପାଇଁ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ କୌଣସି ନିଷ୍ପତି ନେଇନଥିବାରୁ ସମାବେଶରେ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାର ପ୍ରତିବାଦରେ ଆସନ୍ତା ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତେ କଳାବ୍ୟାଚ ପିନ୍ଧି କାମ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ୨୦ ତାରିଖ ସୁଦ୍ଧା କୌଣସି ନିଷ୍ପତ୍ତ ନହେଲେ ଆସନ୍ତା ୨୬ ତାରିଖଏ କର୍ମଚାରୀମାନେ ଭୁବନେଶ୍ଵରରେ ପୁଣିଥରେ ଆନ୍ଦୋଳନ କରିବେ ବୋଲି ଆଉଟସୋରସିଂ କର୍ମଚାରୀ ସଂଘର ଜିଲ୍ଲା ସଭାପତି ଅମିୟ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆଉଟସୋରସିଂ ବ୍ୟବସ୍ଥାକୁ ତୁରନ୍ତ ଉଚ୍ଛେଦ କରି ସମସ୍ତ କର୍ମଚାରୀଙ୍କୁ ନିୟମିତ କରିବାକୁ ସଂଘ ପକ୍ଷରୁ ଏହି ବୈଠକରେ ଦାବି କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ମହାନ୍ତି, ପ୍ରମୋଦ ବାଜିଙ୍ଗ, ଖଗେଶ୍ଵର ହନ୍ତାଳ, ଧର୍ମେନ୍ଦ୍ର ଫୋଟକା, ଅଜୟ ଡୁରକା, ଇନ୍ଦୁମତି ହରିଜନ, ଗୌତମ ମଣ୍ଡଲ, ଅସିମ ଦାସ ପ୍ରମୁଖଙ୍କ ସହ ଅନେକ କର୍ମଚାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.