ଆମ ଅସ୍ମିତା :ଆମ ଲୋକକଳା ଉଦଯାପିତ

ବ୍ରହ୍ମପୁର (୧୩/୧୧) : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଆୟୋଜିତ ଆମ ଅସ୍ମିତା : ଆମ ଲୋକକଳା କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଓଡ଼ିଶା ନାଟ୍ୟ ସଂଘ ଉପସଭାପତି ଇଂ. ମନୋଜ କୁମାର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବରିଷ୍ଠ କଣ୍ଠଶିଳ୍ପୀ ଶ୍ୟାମା ପ୍ରସାଦ ପାଢ଼ୀ, ସିନେ ପ୍ରଯୋଜକ ଉତ୍ତମ କୁମାର ପାଣିଗ୍ରାହୀ, ଅଭିନେତା ଡ଼ା. ଗୋପାଳ କୃଷ୍ଣ ପାଣିଗ୍ରାହୀ, ପତ୍ରକାର ହୃଷୀକେଶ ଗୌଡ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଲୋକକଳାକାରମାନଙ୍କ ପ୍ରତି ସରକାରୀ ସ୍ତରରେ ଯଥେଷ୍ଟ ଧ୍ୟାନ ଦେବା ସହ କଳାକାରମାନଙ୍କ ଭତ୍ତା ରାଶି ପରିବର୍ଦ୍ଧିତ ନିମନ୍ତେ ଦାବି ଉତ୍ଥାପନ କରିଥିଲେ । କଳାପ୍ରାଣ କୈଳାସ ପାଣିଗ୍ରାହୀ ସ୍ବାଗତ ଭାଷଣ, ନିର୍ଦ୍ଦେଶକଙ୍କ କୃଷ୍ଣ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ଓ ମୃତ୍ୟୁଞ୍ଜୟ ତ୍ରିପାଠୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।
ସନ୍ଧ୍ୟାରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡ଼ା, ନାଟ୍ୟକାର କେ. ବଳରାମ ଦାସ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ଘୁମୁସର ର ସ୍ୱର ସଭାପତି ଡଃ. ବି. ପ୍ରକାଶ ଚନ୍ଦ୍ର ପାତ୍ର, କର୍ପୋରେଟର ସଂଜିତ୍ କୁମାର ପାଣିଗ୍ରାହୀ, ଯୁବ ସଙ୍ଗୀତଜ୍ଞ ପ୍ରଶାନ୍ତ କୁମାର ନାୟକ, ଯୁବ କଳାକାର ଅକ୍ଷୟ କୁମାର ସ୍ବାଇଁ, ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲୋକ କଳା ହିଁ ଓଡ଼ିଶାର ଆତ୍ମା ଓ ଏଥିପ୍ରତି ଉଭୟ ସାମାଜିକ ଓ ସରକାରୀ ସ୍ତରରେ ସ୍ଵତନ୍ତ୍ର ଦୃଷ୍ଟି ଦେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଭୂତକେଳି, କୃଷ୍ଣ ଲୀଳା, ରଧପ୍ରେମ୍ ଲୀଳା, ରଣପା, ଲକ୍ଷ୍ମୀ ପୁରାଣ ଆଦି ଲୋକନୃତ୍ୟ ପରିବେଷିତ ହୋଇଥିଲା । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ବନ୍ଦନା ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଗୀତା ସ୍ୱାଇଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.