୨ ହଜାର କୁଇଣ୍ଟାଲ ପରିବର୍ତ୍ତେ ୪ ହଜାର କୁଇଣ୍ଟାଲ କ୍ରୟ କରିବା ପାଇଁ ଚାରି ପଞ୍ଚାୟତର ଚାଷୀ ଓ ଜନ ପ୍ରତିନିଧି ପ୍ରଶାସନ ନିକଟରେ ଦାବି…

ମାଲକାନଗିରି : ଆଜି ଚାଷୀମାନେ ସାରା ଦେଶରେ ଅବହେଳିତ ବର୍ଷା କି ଖରା, ଏସବୁକୁ ଖାତିର ନକରି ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜର ରକ୍ତକୁ ପାଣି କରି ସୁନାର ଫସଲ ଅମଳ କରୁଛି। କିନ୍ତୁ ଦେଖିବାକୁ ମିଳୁଛି ଚାଷୀମାନେ ଫସଲ ଅମଳ ପରେ ସେହି ଫସଲର ଉଚିତ ମୂଲ୍ୟ ପାଇପାରୁ ନାହିନ୍ତି । ପୁଣି କେତେବେଳେ ଅଭାବୀ ବିକ୍ରିର ଶିକାର ମଧ୍ୟ ହେଉଛନ୍ତି । ସେଥିରେ ପୁଣି ଧାନ ଅମଳ ପରେ ମଣ୍ଡିକୁ ନେଇ ଧାନ ବିକ୍ରି କରି ନପାରି ଖରା,ବର୍ଷା,ଶୀତ, କାକରରେ ପଡି ରହି ନିଜର ବର୍ଷକର କଷ୍ଟ ସାଧନ ହେଉଛି ତ କେତେବେଳେ ମଧ୍ୟ ହେଉ ନାହିଁ । ତଥାପି ଚାଷୀ ଭାଇ ମାନେ ହାରି ଯାଇ ନାହାଁନ୍ତି ନିଜର ଚେଷ୍ଟା କରି ଚାଲିଛନ୍ତି।ଆମ ମାନଙ୍କୁ ମା ପରି ଖାଦ୍ୟ ଯୋଗାଇ ଚାଲିଛନ୍ତି।ବିଗତ ବର୍ଷ ପ୍ରଶାସନ ତରଫରୁ ସପ୍ତାହରେ ଦୁଇ ହଜାର କୁଇଣ୍ଟାଲ କ୍ରୟ କରାଯାଉଥିଲା ଯାହାଫଳରେ ବହୁ ଚାଷୀ ନିଜର କଷ୍ଟ ଅର୍ଜିତ ଅମଳ କରିଥିବା ଧାନ କୁ ପ୍ରଶାସନ କ୍ରୟ କରି ପାରିନଥିଲା କାହିଁକିନା ପ୍ରଶାସନ ଯେତିକି ଧାନ କିଣିବା କଥା ତାହା ପୂରଣ ହେବା କଥା ପୁରାଣ ହେବା ପରେ ବାକି ଧାନ ପ୍ରଶାସନ ତରଫରୁ ଆଉ କିଣି ନଥିଲା ପ୍ରଶାସନ।ବାଧ୍ୟ ହୋଇ ଚାଷୀମାନେ ଅଭାବୀ ବିକ୍ରି ର ଶିକାର ହୋଇଥିବା ସାମ୍ନାକୁ ଆସିଥିଲା। ସେଥିପାଇଁ ଚଳିତ ବର୍ଷ ଚାଷୀମାନେ ଧାନ ବିକ୍ରି ପାଇଁ ମଣ୍ଡି ଆରମ୍ଭ ହେବା ପୂର୍ବରୁ ଚାଷୀମାନେ ଓ ଜନ ପ୍ରତିନିଧିମାନେ ଏକତ୍ରିତ ହୋଇ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଦାବିପତ୍ର ଦେବା ପାଇଁ ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସାଲିମି ମଣ୍ଡି ଠାରେ ଚାରୋଟି ପଞ୍ଚାୟତ ତଥା କମାର ପାଲ୍ଲୀ ପଞ୍ଚାୟତର ସରପଞ୍ଚ କୁମାରୀ ଯୋଗୀ ମାଢି, ସମିତି ସଭ୍ୟ ବସନ୍ତ ମାଢି, ମହୁପଦର ପଞ୍ଚାୟତର ସରପଞ୍ଚ ବୃନ୍ଧାବତୀ ଧାରୁଆ,ସମିତି ସଭ୍ୟା ପଦ୍ମାବତୀ ଧାରୁଆ,ଟେମୁରୁ ପାଲ୍ଲୀ ପଞ୍ଚାୟତର ସରପଞ୍ଚ ତୁମେଶ୍ୱର ସମରଥ, ସମିତି ସଭ୍ୟା ଗଙ୍ଗା ଦେଇ ମାଡକାମୀ, ସାଲିମି ପଞ୍ଚାୟତର ସରପଞ୍ଚ ବନ୍ଧୁ ଭୂମିଆ, ସମିତି ସଭ୍ୟ ତ୍ରିନାଥ ମଝି, ପୂର୍ବତନ ସରପଞ୍ଚ ବାସୁଦେବ ଭୂମିଆ, ଚାଷୀ ମାନଙ୍କ ମଧ୍ୟରେ କୁମାର ମାଝୀ,ଶ୍ରୀଧର ନାୟକ,ନୀଳକଣ୍ଠ ଭୂମିଆ,ରଘୁନାଥ ଭୂମିଆ,ରାମଚନ୍ଦ୍ର ଭୂମିଆ ଏକତ୍ରିତ ହୋଇ ମାଲକାନଗିରି ଜିଲ୍ଲାପାଳଙ୍କୁ ମଣ୍ଡି ଆରମ୍ଭରୁ ସପ୍ତାହରେ ଦୁଇ ହଜାର କୁଇଣ୍ଟାଲ ପରିବର୍ତ୍ତେ ଚାରି ହଜାର କୁଇଣ୍ଟାଲ କ୍ରୟ କରାଯାଉ ବୋଲି ଏକ ଲିଖିତ ଦାବିପତ୍ର ଦେବା ପାଇଁ ବୈଠକରେ ସ୍ଥିର କରାଯାଇଛି। ସପ୍ତାହରେ ଚାରି କୁଇଣ୍ଟାଲ କରାଗଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାହେଲେ ସମସ୍ତ ଚାଷୀ ନିଜ ନିଜର ଧାନ ସୁରୁଖୁରୁରେ ମଣ୍ଡିରେ ବିକ୍ରି କରି ପାରିବେ ବୋଲି ଉପସ୍ଥିତ ଚାଷୀ ଓ ଜନ ପ୍ରତିନିଧିମାନେ ମତ ପ୍ରକାଶ କରିଥିଲେ।

nis-ad
Leave A Reply

Your email address will not be published.