ଛତ୍ରପୁରର ରାଜାଘର ଜଗନ୍ନାଥ ମନ୍ଦିରରୁ ତାରାତାରିଣୀ ପୀଠକୁ ଐତିହାସିକ ୫ମ ପତିତପାବନ ପଦଯାତ୍ରା

ଛତ୍ରପୁର :ଭକ୍ତି ଓ ଭବାବେଗରେ ଉଲ୍ଲସିତ ହୋଇ ହରିନାମ ସଂକୀର୍ତ୍ତନ କରି ଅବାଳ ବୃଦ୍ଧବନୀତା, ବାଳକ ବାଳିକା,ଯୁବପିଢୀ ସଭିଏଁ ଗାଁ ଦାଣ୍ଡ ହୋଇ ନଗର ପରିକ୍ରମା କରି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରି ପ୍ରସିଦ୍ଧ ଶକ୍ତିପୀଠ ବିଶ୍ୱବନ୍ଦନୀୟା ମା’ତାରାତାରିଣୀ ଙ୍କ ଦର୍ଶନ କରିବା ଉଦ୍ଦେଶ୍ୟରେ ଶନିବାର ପ୍ରାତଃ-କାଳୀଣ ଏକ ପଦଯାତ୍ରା ବାହାରିଛି । ଏହା ଏକ ଐତିହାସିକ ପତିତପାବନ ପଦଯାତ୍ରା ଭାବେ ଅଭିହିତ ହୋଇଛି । ଛତ୍ରପୁର ର ବିନ୍ଦୁସାଗର ସଦୃଶ ଅଭିହିତ ପୂଣ୍ୟପୁଷ୍କରିଣୀ ପିଲିବନ୍ଧ କୂଳବର୍ତ୍ତୀ ତାଡେପଲ୍ଲୀ ସାହିରେ ଅବସ୍ଥାପିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଏକ

ଐତିହାସିକ ଧର୍ମପ୍ରଚାର କେନ୍ଦ୍ର ଭାବେ ପ୍ରତିଷ୍ଠାଲାଭ କରିଆସିଛି । ଏହାର ସ୍ଥାପନ ହୋଇ ଏଠାରେ ଶ୍ରୀ ଜୀଉ ଙ୍କ ମନ୍ଦିର ପୂଜାବିଧି ପ୍ରଚଳନ ହେବା କଥା ପ୍ରାୟ ୧୩୨ ବର୍ଷର ଇତିହାସ ବୋଲି ମନ୍ଦିର ପକ୍ଷରୁ ପ୍ରକାଶିତ ପତିତପାବନ ପତ୍ରିକାରେ ଆତ୍ମପ୍ରକାଶ ହୋଇଛି ।ଅଗ୍ରଣୀ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ଅନୁଷ୍ଠାନ ପତିତପାବନ ସତସଙ୍ଘ ପକ୍ଷରୁ ଆଜି ମା’ ଶକ୍ତିସ୍ୱରୂପିଣୀ ବନ୍ଦନୀୟା ମା’ତାରାତାରିଣୀ ଙ୍କ ଯାତ୍ରା ହୋଇଛି । ଛତ୍ରପୁରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁରୀ ଶ୍ରୀମନ୍ଦିର ଭଳି ନୀତିକାନ୍ତି ର ପ୍ରଚଳନ ହେବାର ଦୃଷ୍ଟି ଗୋଚର ହୁଏ ।
ତତ୍କାଳୀନ ସମୟରେ ପତିତପାବନ ସତସଙ୍ଘ ତରଫରୁ ପୁରୀ ଶ୍ରୀ ଜଗନ୍ନାଥ ଧାମ କୁ ଏଠାରୁ ଏକ ଗୋଷ୍ଠୀ ପଦଯାତ୍ରାରେ ଯାଇଥିଲେ । ପରବର୍ତ୍ତୀ ସମୟରେ ନୀଳମାଧବ ଙ୍କ ଦର୍ଶନ ନିମନ୍ତେ କଣ୍ଟିଲୋ ଯାଏଁ ପଦଯାତ୍ରା, ପୁଣି ଗଞ୍ଜାମର ପ୍ରସିଦ୍ଧ ଗଣେଶ ପୀଠ ପଞ୍ଚମା ପରିଦର୍ଶନ ନିମନ୍ତେ ପଦଯାତ୍ରା କରିଆସିଛନ୍ତି ବୋଲି କୁହାଯାଏ । ଛତ୍ରପୁର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ଜଗନ୍ନାଥ ସଂସ୍କୃତିର ମହିମା ପ୍ରଚାର କରି ଆସିଥିବାବେଳେ ଏହି ମନ୍ଦିର ତରଫରୁ ପ୍ରକାଶିତ ପତିତପାବନ ପତ୍ରିକା ଏକ ଅଗ୍ରଣୀ ସାହିତ୍ୟ ଓ ଆଧ୍ୟାତ୍ମିକ ପତ୍ରିକା ଭାବେ ପ୍ରକାଶିତ ପୁସ୍ତକ ସର୍ଵପୁରାତନ ଅଟେ ।
ପ୍ରତିବର୍ଷ ପ୍ରଚଳିତ ପତିତପାବନ ପଦଯାତ୍ରା ଏକ ନିଆରା । ଏହାଯେ’ ଶ୍ରୀ କୃଷ୍ଣ-ଚୈତନ୍ୟ ଭାବ ବିନିମୟର ସଂସ୍କାର ମଣିଥାଏ ।

nis-ad
Leave A Reply

Your email address will not be published.