ଗରିବ ରୋଗୀଙ୍କୁ ଠକିଲେ ଏନଜିଓ କର୍ମଚାରୀ, ଥାନାରେ ଫେରାଇଲେ ଟଙ୍କା…

ହିଞ୍ଜିଳିକାଟୁ ୧୨।୧୧ ଅନେକ ସମୟରେ ଗରିଵ ଵୃଦ୍ଧା ଓ ଗରିବ ଶ୍ରେଣୀର ଲୋକଙ୍କୁ ଠକେଇ, ନିର୍ଯ୍ୟାତନା ଅଭିଯୋଗ ଉପରେ ସରକାରଙ୍କ ସହାୟତା ରେ ଏନଜିଓ ମାନେ ସଚେତନତା ସୃଷ୍ଟି କରିବା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ ନୂତନ ଵସ ଟର୍ମିନାଲ ପରିସରରେ ଏକ ଭିନ୍ନ ପ୍ରକାରର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏନଜିଓ କର୍ମଚାରୀ ଆଖି ଚିକିତ୍ସା କରିବା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେବା କହି ବୃଦ୍ଧାଙ୍କୁ ଠକେଇ କରିବା ସହ ଲୋଭରେ ପଡ଼ି ଟଙ୍କା ଆଦାୟ କରି ଗାଡି ଭଡା ନିମନ୍ତେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଉପରେ ଚିକିତ୍ସା ପାଇଁ ଆଣିଥିବା ଵୃଦ୍ଧାଙ୍କୁ ଓହ୍ଲାଇ ଦେଇଥିଲେ। ଫଳରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଉପରେ ରୋଗୀ ଓ ରୋଗୀ ଙ୍କସମ୍ପର୍କୀୟଙ୍କ ଏନଜିଓ କର୍ମଚାରୀ ଙ୍କୁ ଘେରି ନିମ୍ନମାନର ଜଷମା ଫେରାଇଵା ସହ ଆମ ପଈସା ଆମକୁଫେରାଇ ଗ୍ରାମରେ ଛାଡିବା ନିମନ୍ତେ ପାଟିତୁଣ୍ଡ କରିଥିଲେ ପରିସ୍ଥିତି ଅଣାୟତ୍ତ ହୋଇଥିଲା ।ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନଜିଓ କର୍ମଚାରୀ ଙ୍କୂ ଉଦ୍ଧାର କରି ଥାନାରେ ଅଟକ ରଖିଥିଲେ। ଥାନାରେ ଆପୋଷ ବୁଝାମଣା ପରେ ଏନଜିଓ କର୍ମଚାରୀ ରୋଗୀଙ୍କ ଟଙ୍କା ଫେରସ୍ତ କରିଛନ୍ତି। ଅନ୍ୟପକ୍ଷରେ ରୋଗୀ ଚିକିତ୍ସା ନିମନ୍ତେ ଆସି ହନ୍ତସନ୍ତ ହୋଇ ଘରକୁ ଫେରିଲେ। ଶୁଚନା ଅନୁସାରେ ଗୁରୁବାର ପୂର୍ବାହ୍ନରେ ପାଟପୁର ବ୍ଳକ ଡେଙ୍ଗାଡୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରକାରଙ୍କ ଜୋଜନା ମୁତାବକ ପକ୍ଷରୁ ଏନଜିଓ ଜନଜାଗରଣ ସଂସ୍ଥା ର ଅଧିକାରୀ ସତ୍ୟବ୍ରତ ଚୌଧୁରୀ ଓ ଡେଙ୍ଗାଡୀ ପଚାଂୟତର ସରପଚଂ ଏକ ଆଖି ଚିକିତ୍ସା କରିବା ନିମନ୍ତେ ଏକ କ୍ୟାମ୍ପ ଆୟୋଜନ କରିଥିଲେ। ଏଥି ନିମନ୍ତେ ପ୍ରଚାର ଓ ପ୍ରସାର ପଚାଁୟତ ତରଫରୁ କରାଯାଇଥିବା ରୋଗୀ କହିଛନ୍ତି। ଗରିବ ଲୋକଙ୍କୁ ବିନା ମୂଲ୍ୟରେ ଆଖି ଅପରେସନ୍ ସହ ମୋତିଆବିନ୍ଦୁ ତିକିତ୍ସା କରାଯିବାର ସରକାରୀ ନିର୍ଦ୍ଦେଶନାମା ରହିଛି। ଏଥି ନିମନ୍ତେ ସରକାର ଵିଭିନ୍ନ ଏନଜିଓ ଜରିଆରେ ସଚେତନତା ସୃଷ୍ଟି ନିମନ୍ତେ କୋଟିକୋଟି ପାଣି ଭଳି ଖର୍ଚ କରୁଛନ୍ତି। ଗରୁବାର କଉଡିଆ ,ଡେଙ୍ଗାଡି, ଏସ ରାମଚନ୍ଦ୍ର ପୁର, ଶେରଗଡ, ପଥରପୁଞ୍ଜି ଆଦି ଵିଭିନ୍ନ ଗ୍ରାମରୁ ଗରିଵ ରୋଗୀ ଆଖି ଚିକିତ୍ସା କରିବା ପାଇଁ ଡେଙ୍ଗାଡି ପଚାଂୟତ କାର୍ଯାଳୟ ଅନୁଷ୍ଠିତ କ୍ୟାମ୍ପରେ ଆଖି ଦେଖାଇଥିଲେ। ଗରିବ ଲୋକଙ୍କୁ ଏନଜିଓ କର୍ମଚାରୀ ସତ୍ୟବ୍ରତ ଚୌଧୁରୀ ବିନା ମୂଲ୍ୟରେ ସରକାରୀ ନିୟମ ଅନୁସାରେ କ୍ୟାମ୍ପ ଠାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବେ ସେଠାରେ ଆଖି ଅପରେସନ୍ ପରେ ବିନା ମୁଲ୍ୟରେ ଘରେ ପହଞ୍ଚାଇବେ ବୋଲି କହିଥିଲେ।ଶନିବାର ଅପରାହ୍ନରେ ରୋଗୀ ଙ୍କୁ ଯାତ୍ରା ବାହୀ ବସରେ ଠେଲାପେଲା ରେ ଆଣି ଵସଭଡା ଆଦାୟ କରିଥିବା ଓ ଗୋଟିଏ ନିମ୍ନମାନର ଚଷମା ନେବାକୁ ବାଧ୍ୟ କରି ରୋଗୀ ପିଛା ୧୦୦ ଟଙ୍କା ଆଦାୟ କରିଥିଲେ। ଆଧିକ ୩୦ ଟଙ୍କା ଦେଲେ ବ୍ରହ୍ମପୁର ଯିଵ ବୋଲି କହିଥିଲେ ଫଳରେ ଵସରେ ଏନଜିଓ କର୍ମଚାରୀ ଓ ରୋଗୀ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏନଜିଓ କର୍ମଚାରୀ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିଷରରେ ସଂନ୍ଧ୍ୟାରେ ୧୫ ଜଣ ଗରିବ ଙ୍କୁ ଆଖି ଚିକିତ୍ସା କରିବା ପାଇଁ ଆଣିଥିବା ଲୋକଙ୍କୁ ଓହ୍ଲାଇ ଦେଇଥିଲେ। ଫଳରେ ରୋଗୀ ଓ ସମ୍ପର୍କୀୟ ଏନଜିଓ କର୍ମଚାରୀ ଙ୍କୁ ଘେରିଥିଲେ। ବସଷ୍ଟାଣ୍ଡ ପରିଷରରେ ଲୋକଙ୍କ ଭିଡ଼ ଜମିଥିଲା। ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନଜିଓ କର୍ମଚାରୀ ଙ୍କୁ ଉଦ୍ଧାର କରି ଥାନାରେ ରଖିଥିଲେ। ବିଭିନ୍ନ ଗ୍ରାମାଞ୍ଚଳ ରୁ ଆଖି ଚିକିତ୍ସା କରିବା ପାଇଁ ଆସିଥିବା ଗରିବ ରୋଗୀ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଆପୋଷ ବୁଝାମଣା ପରେ ଏନଜିଓ କର୍ମଚାରୀ ଠକି ନେଇଥିବା ଗରିଵଙ୍କ ଟଙ୍କା ଫେରସ୍ତ କରିଥିଲେ।ସରକାର ଗରିବଙ୍କ ଚିକିତ୍ସା ନିମନ୍ତେ ଵିନାମୁଲ୍ୟରେ ଚିକିତ୍ସା ପାଇଁ କୋଟିକୋଟି ବ୍ଯୟ ବରାଦ କରୁଥିବା ବେଳେ ତାହା ଲୋକଙ୍କ ନିକଟରେ ନପହଚିଁ କେଵଳ ପ୍ରଚାର ଓ ପ୍ରସାର ସିମିତ ରହୁଥିବା ଅଭିଯୋଗ ହୋଇଛି। ଆଖି ଅପରେସନ୍ ପାଇଁ ଆସିଥିବା ପାଟପୁର ଵ୍ଳକ ଡେଙ୍ଗାଡି ପଚାଁୟତ ଏସ ଗୋପାଳପୁର ଗ୍ରାମର ପଚାଁ ପ୍ରଧାନ (୬୭),ଶେରଗଡ ବ୍ଳକ ବରମୁଣ୍ଡଳି ଗ୍ରାମର ସୁରେନ୍ଦ୍ର ନାୟକ ୫୦ ,ପାଟପୁର ଵ୍ଳକ କଉଡିଆ ଗ୍ରାମର ଉଦୟ ପାତ୍ର, ଡେଙ୍ଗାଡି ର ଲକ୍ଷ୍ମୀ ସ୍ଵାଇଁ ୬୦,ଗୋଲକ ସ୍ବାଇଁ, ତମ୍ବାଳ ଦାଶ, ପଥରପୁଞ୍ଜି ଗ୍ରାମର ସନ୍ତୋଷ ସାହୁ୬୩, ସରକାରୀ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ସହ ଏନଜିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.