ବଡ ଭାଇର ଠେଙ୍ଗା ମାଡରେ ସାନ ଭାଇ ଆହତ…


ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ରାମଗଡ ଗ୍ରାମରେ ବଡ ଭାଇ ଦେବ ବରାଡଙ୍କ ଠେଙ୍ଗା ମାଡରେ ଆହତ ସାନ ଭାଇ ଶ୍ରୀଚରଣ ବରାଡ ବୁଗୁଡ଼ା ମେଡିକାଲରେ ଚିକିତ୍ସିତ ହେବା ସହ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ପ୍ରକାଶ ଯେ , ପୂର୍ବରୁ ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିବା ବେଳେ ଗତ ଶୁକ୍ରବାର ଦିନ ଖରାବେଳେ ସାନ ଭାଇ ଶ୍ରୀଚରଣ ଘରର ବାରିପଟକୁ ଯାଉଥିବା ବେଳେ ବଡ ଭାଇ ଦେବ ଓ ଭାଉଜ ସୁନିତା ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏଥିରେ ଶ୍ରୀଚରଣଙ୍କ ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ ମାରି ଟଣା ଓଟରା କରିଥିଲେ । ଏ ନେଇ ଶ୍ରୀଚରଣଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଦେବଙ୍କ ସ୍ତ୍ରୀ ସୁନିତାଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଥିବା ଜଣାଯାଇଛି । ପୋଲିସ କେସ୍ ନଂ ୬୭୩/୨୨ ଏବଂ ୬୭୪/୨୨ରେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.