ସ୍କୁଟି ଓ ବାଇକ ସହ ଯାତ୍ରୀବାହୀ ଅଟୋ ମୁହାଁମୁହିଁ ଧକ୍କା, ଦୁଇ ବାଇକ ଆରୋହୀ ଗୁରୁତର

ହିଞ୍ଜିଳିକାଟୁ ୧୧।୧୧ : ହିଞ୍ଜିଳି ଥାନା ଅନ୍ତର୍ଗତ କାଳୀମନ୍ଦୀର ଛକ ଡାକବିଭାଗ କାର୍ଯ୍ୟାଳୟ ନିକଟ ରାଜ୍ୟ ରାଜପଥ ରେ, ସ୍କୁଟି ଓ ବାଇକ ସହ ଯାତ୍ରୀଵାହୀ ଅଟୋ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣ ବାଇକ ଆରୋହୀ ଧଳପୁର ର ମଣ୍ଟୁ ସ୍ବାଇଁ ୨୨ ଓ ସ୍କୁଟି ଚାଳକ ନିମିଗା଼ଁ ର ହିନ ରାଉଳ ୬୦ ଗୁରୁତର ହୋଇଛନ୍ତି । ତାରାତାରିଣୀ ରେଡ ଟୁ ହିଞ୍ଜିଳିକାଟୁ ନିଜ ସ୍କୁଟି ଓଡି୦୭ ଟି ୨୩୯୫ ହିନ ରାଉଳ ଆସୁଥିବା ବେଳେ ମଣ୍ଟୁ ସ୍ବାଇଁ ନିଜ ହିରୋ ସ୍ପେଣ୍ଡର ଓଡି୦୭ଏଡି୦୦୩୭ ଯୋଗେହିଞ୍ଜିଳିକାଟୁ ରୁ କେନାଳ ରୋଡ ଦେଇ କାଳୀମନ୍ଦୀର ନିକଟରେ ଉଭୟେ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହେବା ସମୟରେ ଏକ ଯାତ୍ରୀବାହୀ ଅଟୋ ଓବି୦୭ ଜି ୧୮୦୭ ତାରାତାରିଣୀ ରୋଡ ପଟୁ ନିଜ ଗାଁକୁ ଫେରୁଥିବା ବେଳେ ଊଭୟ ସହ ଧକ୍କା ହୋଇଥିଲା । ଫଳରେ ଦୁଇ ବାଇକ ଓ ସ୍କୁଟି ଆରୋହୀ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ। ଖବରପାଇ ସ୍ଥାନୀୟ କାଉନସିଲର ବିଭୁ ପ୍ରସାଦ ପଣ୍ଡା ଓ ସ୍ଥାନୀୟ ଯୁବକଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି । ଘଟଣା ସ୍ଥଳରେ ହିଞ୍ଜିଳି ପୁଲିସ ପହଂଚି ଗାଡି ଗୁଡିକ ଥାନାକୁ ଆଣିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଯାତ୍ରୀବାହୀ ଅଟୋରେ ଥିବା ପରିବାରର କୁ କାଉନସିଲର ଓ ସ୍ଥାନୀୟଲୋକେ ଯାତ୍ରୀ ପରିବହନ ଅଟୋ ଡାକି ଗ୍ରାମକୁ ପଠାଇଥିଲେ। ଏହି ମହତ କାର୍ଯ୍ୟ ପାଇଁ ସାଧାରଣ ରେ ଭୁୟସୀ ପ୍ରସଂଶା କରିଛନ୍ତି।

nis-ad
Leave A Reply

Your email address will not be published.