ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡ଼ି

ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମର ଗଳିସାହିରେ ଅଗ୍ନିକାଣ୍ଡ ଘଟି ଆଶାଲତା ପ୍ରଧାନ , ରେଣୁ ଜେନା ଓ ଟୁନି ପ୍ରଧାନଙ୍କ ଗୋଟିଏ ଲେଖାଏଁ ବଖରା ଘର ପୋଡି ଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ୧୧ଟା ସମୟରେ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ବୁଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ କାରଣ ଅସ୍ସଷ୍ଟ ରହିଛି । ଘଟଣା ସ୍ଥଳରେ ରାଜସ୍ବ ନିରୀକ୍ଷକ ଜିତେନ୍ଦ୍ର ସାହୁ ପହଞ୍ଚି ତିନି କ୍ଷତିଗ୍ରସ୍ତ ପରିବାରଙ୍କୁ ପାଲ ଯୋଗାଇ ଦେଇଥିଲେ ।

nis-ad
Leave A Reply

Your email address will not be published.