ଜୁନିଅର ଛାତ୍ରଙ୍କୁ ମାଡ଼ ମାରିଲେ ସିନିଅର ଛାତ୍ର, ଭିଡିଓ ଭାଇରାଲ ,ସ୍କୁଲରେ ଉତ୍ତେଜନା

ଦାରିଙ୍ଗବାଡ଼ି,୧୧/୧୧ : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ୪ଜଣ ଜୁନିଅର ଛାତ୍ରଙ୍କୁ ଦୁଇ ଜଣ ସିନିଅର ଛାତ୍ର ମାଡ଼ ମାରିଥିବା ଭିଡିଓ ଏବେ ମୋବାଇଲ କୁ ମୋବାଇଲ ଭାଇରାଲ ହେବା ସହ ଏହାକୁ ନେଇ ସ୍କୁଲ ଆଗରେ ଉତେଜନା ଦେଖାଦେଇଛି । ଏହି ଭିଡିଓକୁ ହଜାର ହଜାର ଲୋକ ଦେଖିସାରିଲେଣି । ଏଥି ସହିତ କିଛି ଲୋକ ଏହି ଭାଇରାଲ ଭିଡିଓକୁ ନେଇ ଜିଲ୍ଲାପାଳ ଠାରୁ ଆରମ୍ଭ କରି ଅନ୍ୟ ବିଭାଗକୁ ଟ୍ୱିଟ ମଧ୍ୟ କରିସାରିଲେଣି । ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ ମାନେ ନିର୍ଦୟ ଭାବେ ମାଡ଼ ମାରିବା ଅସଭ୍ୟ ଭାଷାରେ ମଧ୍ୟ ଗାଳିଗୁଳଜ କରୁଛନ୍ତି । ମାଡ଼ ମାରିବା ପରେ ଭିଲିଆନ ଭଳି ଅଭିନୟ ମଧ୍ୟ କରୁଛନ୍ତି । ଆଉ ଏହି ଭଳି ଅମାନୁଷିକ କାର୍ଯ୍ୟକୁ ଅନ୍ୟ ପିଲା ମାନେ ଦେଖି ଏହାର ମଜା ମଧ୍ୟ ନେଉଛନ୍ତି । ହେଲେ କେହି ପ୍ରତିବାଦ କରୁନଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଛାତ୍ରାବାସରେ ମୋବାଇଲ ପ୍ରବେଶ ବେଆଇନ ଥିବା ସତ୍ତ୍ୱେ ମୋବାଇଲ ଭିତରକୁ କିଭଳି ଗଲା ,ଦାଇତ୍ୱରେ ଥିବା କତ୍ତୃପକ୍ଷ କିଭଳି ଜାଣିପାରିଲେ ନାହିଁ ତାହା ଏବେ ତଦନ୍ତ ସାପେକ୍ଷ । ଅନ୍ୟପକ୍ଷରେ ମାଡ଼ମାରିଥିବା ପିଲାଙ୍କୁ ଛାତ୍ରବାସ ରୁ ବାହାର କରାଯାଇଥିବା ଜଣାପଡ଼ିଛି । ଘଟଣା କୁ ନେଇ ଉଭୟଙ୍କ ଅଭିଭାବକ, ସ୍କୁଲ କମିଟି,ଶିକ୍ଷକ, ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ନେଇ ଏକ ବୈଠକ ଚାଲିଛି । ବୈଠକରେ କୌଣସି ପ୍ରକାର ସମାଧାନ ହୋରପାରିନାହିଁ । ସ୍କୁଲ ଆଗରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଉତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୃତୟନ ହୋଇଥିବା ଦେଖିବାକୁ ମିଳିଛି । ବିସ୍କୁଟକୁ ନେଇ ଜୁନିଅର ଛାତ୍ର ମାନଙ୍କୁ ସିନିଅର ଛାତ୍ର ମାନେ ମାଡ଼ ମାରିଥିବା ପ୍ରାଥମିକ ସୂଚନା ରହିଛି ।

nis-ad
Leave A Reply

Your email address will not be published.