ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଏଜେଓ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଏ ଯେ ଓ ଉଚ୍ଚ ନ୍ୟାୟାଳୟର ଫୁଲବାଣୀର ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ପ୍ରଧାନ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ଜେନା ଉଦ୍ଘାଟନ କରିଥିଲେ l ଏହି ଅବସରରେ ଖେଳ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଙ୍ଗୀତ, ଚିତ୍ରାଙ୍କନ, ନୃତ୍ୟ, ବାସ୍କେଟବଲ ଖେଳ, ମିଉଜିକ୍ ଚେୟାର, ଚାମୁଚ ଦୌଡ଼ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇ ଭିନ୍ନକ୍ଷମ ପିଲାମାନଙ୍କୁ ଉତ୍ସାହିତ କରାଯାଇଥିଲା l ଏହି ବ୍ଳକ ସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ କ୍ଳଷ୍ଟରରୁ ମୋଟ ୧୦୨ ଜଣ ପିଲା ଓ ସେମାନଙ୍କ ଅଭିଭାବକ ମାନେ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ପିଲାମାନେ ବେଶ ମଜା କରିବା ସହ ସାଧାରଣ ବର୍ଗର ପିଲା ମାନଙ୍କ ସହିତ ଆଗ୍ରହ ହୋଇ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଯୁଧିଷ୍ଠିର ମହାନ୍ତି ତଦାରଖ କରିଥିବା ବେଳେ ସି ଆର ସି ସି ସରିତା ମହାରଣାଙ୍କ ସମେତ ଅନ୍ୟ ମାନଙ୍କ ସହଯୋଗରେ ନିର୍ଦ୍ଧାରିତ ସମୟରେ ସମାପନ ହୋଇଥିଲା l ପ୍ରତ୍ୟେକ ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

nis-ad
Leave A Reply

Your email address will not be published.