ଜିଲ୍ଲା କୃଷି ବିଭାଗ ପକ୍ଷରୁ ମାଣ୍ଡିଆ ଦିବସ ପାଳିତ


ବ୍ରହ୍ମପୁର : ଜିଲ୍ଲା କୃଷି ବିଭାଗ ପକ୍ଷରୁ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମାଣ୍ଡିଆ ଏକ କ୍ଷୁଦ୍ର ଶସ୍ୟ ଜାତୀୟ । ଯାହାକୁ ପୋଷଣର ଶକ୍ତି ରୂପେ ଭାବେ ବିବେଚନ କରାଯାଇଛି । ମାଣ୍ଡିଆକୁ ଅଧିକରୁ ଅଧିକ ଚାଷୀ ଆଗ୍ରହ ପ୍ରକାଶ କରି ଚାଷ କରିବା ସହିତ ବଜାରରେ ଏହାର ଚାହିଦାକୁ ବୃଦ୍ଧି କରିବା ପାଇଁ ସରକାର ଏବଂ ଜିଲ୍ଲା କୃଷି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଥିଲେ । ଏଥି ସହ ମାଣ୍ଡିଆର ଉପାଦେୟ ଉପରେ ସେ ଆଲୋକପାତ କରିଥିଲେ କମିଶନର ଜେ. ସୋନାଲ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ କୃଷି ଅଧିକାରୀ ଅକ୍ଷୟ କୁମାର ସାହୁ, ବିଦୁର ସେଟ୍ ମାଝି, ସିଡ଼ିଇଓ ନିମାଇଁ ଚରଣ ଦାସ, ପ୍ରମୁଖ ଯୋଗଦେଇଥିଲେ । ଏହି ଶସ୍ୟର ଉପାଦେୟତାକୁ ଦୃଷ୍ଟିରେ ରଖି ଭାରତ ସରକାର ୨୦୨୩ ବର୍ଷରେ ଏହାକୁ ଆର୍ନ୍ତଜାତୀୟ ମିଲେଟ୍ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏଥି ପାଇଁ ଗତ ୭ ତାରିଖରୁ ସଚେତନତା ରଥ ସାରା ଜିଲ୍ଲାରେ ଭ୍ରମଣ କରିଥିଲା । ଏହି ଅବସରରେ ପ୍ୟାରିସ ଠାରେ ମାଣ୍ଡିଆ କୁ ନେଇ ପରିଚିତ କରାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଚନ୍ଦ୍ରମା ସାହୁ ଯୋଗ ଦେଇ ମାଣ୍ଡିଆ କୁ ବର୍ତ୍ତମାନ ର ପିଡ଼ି ସମସ୍ତ ଖାଦ୍ୟରେ ବ୍ୟବହାର କରୁଛନ୍ତି,ଏବଂ ଏହାର ଚାହିଦା ଦିନ କୁ ଦିନ ଆହୁରି ବୃଦ୍ଧି ପାଇଛି।ଆଜିର ଏହି ଦିବସରେ ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ପକ୍ଷରୁ ଏକ ବ୍ୟାଞ୍ଜନ ପ୍ରତିଯୋଗିତା ହୋଇଥିଲା । ଏଥିରେ ୭ ଟି ବ୍ଲକର ସ୍ୱୟଂସହିକା ଗୋଷ୍ଠୀ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ମାଣ୍ଡିଆରୁ ଏମାନେ ବୋରା, ଆଳୁଚୋପ, ଲଡ଼ୁ, ପାକୁଡ଼ି, ବିସ୍‌କୁଟ୍ ସହିତ ବହୁ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ବହୁ ଅଧିକାରୀ ଏବଂ ୭ ଟି ବ୍ଲକର ବହୁ ଚାଷୀ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.