ବାପାକୁ ମିଶି ହାଣିଲେ ଦୁଇ ପୁଅ ଓ ମାଆ, ପାରିବାରିକ କଳହରୁ ହତ୍ୟାକାଣ୍ଡ…!

ଖଲ୍ଲିକୋଟ : ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ବାପାକୁ ହାଣିଲେ ଦୁଇ ପୁଅ ଏବଂ ମାଆ । ମୃତ ବ୍ୟକ୍ତିଙ୍କ ନାମ ସୂର୍ଯ୍ୟ ପାହାନ ବୋଲି ଜଣାପଡିଛି । ଏଠି ସ୍ତ୍ରୀ ସାଜିଲା ସ୍ୱାମୀର ହତ୍ୟାକାରୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୋଟାଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତି ସାଢ଼େ ୧୦ଟାରେ ତୋଟାଗାଁ ଶ୍ମଶାନ ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଜାଣିଥିଲା ପୋଲିସ । କୌଣସି ସୁତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିଥିଲା । ଏହାପରେ ସନ୍ଦେହ ଦୁଇ ପୁଅ ଏବଂ ସ୍ତ୍ରୀକୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫ୍କ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ପୂର୍ବରୁ ସ୍ଵାମୀ ଦୁଇ ପୁଅ ଏବଂ ସ୍ତ୍ରୀକୁ ୧୫ବର୍ଷ ହେଲା ଅତ୍ୟାଚାର କରୁଥଲା । ସେହି କାରଣକୁ ନେଇ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.