ରଙ୍ଗବତୀ କାର୍ଯ୍ୟକ୍ରମ କୁ ନିମଂତ୍ରିତ ହେଲେନାହିଁ ସହରର ଓଡ଼ିଆ ଭାଷା ସାହିତ୍ୟ କଳା ପ୍ରେମୀ ଓ ସାମ୍ବାଦିକ…

ବ୍ରହ୍ମପୁର : ବ୍ରହ୍ମପୁର ଠାରେ ଓଡ଼ିଶା ରାଜ୍ଯ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ରାଜ୍ଯ ସଂଗୀତ ନାଟକ ଏକାଡେମୀ ଦ୍ବାରା  ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ରେ ଦୁଇ ଦିନ ଯଥା ୬ ଏବଂ ୭ ତାରିଖ ପାଇଁ ଆୟୋଜିତ ହୋଇଥିବା ପଶ୍ଚିମ ଓଡିଶା ର କଳାକାରଙ୍କୁ ନେଇ ରଂଗବତୀର କାର୍ଯ୍ୟକ୍ରମ ଭିନ୍ନ ସ୍ବାଦର ଥିଲା। ରାଉରକେଲା, ଝାରସୁଗୁଡା,ବଲାଙ୍ଗିର ସମ୍ବଲପୁର ଅଂଚଳ ରୁ କଳା ପରିବେଷଣ ପାଇଁ ବହୁ ପ୍ରତିଭାବାନ କଳାକାର ଯୋଗ ଦେଇଥିଲେ । ଦୁଇଦିନ ଧରି ଓଡ଼ିଶା ରାଜ୍ଯ ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଙ୍କ ମାର୍ଗ ଦର୍ଶନ ରେ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ପ୍ରତିଦିନ ସଂଧ୍ଯା ୬ ଘଟିକା ସମୟରେ ସଂସ୍କୃତି ଭବନ ପରିସର ରେ କଳାକାର ସଂସ୍କୃତି ପ୍ରେମୀ ଙ୍କ ସମାଗମ ରେ ସଭା ଆଲୋଚନା ହେଉଥିଲା। କିନ୍ତୁ ପରିତାପର ବିଷୟ ହେଲା ଏଥିରେ କୌଣସି ସଂସ୍କୃତି ପ୍ରେମୀ କିମ୍ବା ସାମ୍ବାଦିକ ଙ୍କୁ ନିମଂତ୍ରଣ କରାଯାଇନଥିଲା l ଯାହାକି ଓଡ଼ିଶା କଳା ସାହିତ୍ୟ ସଂସ୍କୃତି ବିଭାଗ ଦ୍ଵାରା  ଦୁଇ ଦିନ ଆୟୋଜିତ ହୋଇଥିବା ବେଳେ ପଶ୍ଚିମ

ଓଡ଼ିଶା ର ଲୋକ କଳା ସଂସ୍କୃତି ର ରଂଗବତୀ କାର୍ଯ୍ୟକ୍ରମ ରେ ନେତାଙ୍କୁ ଅତିଥି ଭାବେ ବିଶେଷ ଭାବେ ଗୁରୁତ୍ବ ଦିଆଯାଇ ଥିବା ବେଳେ ବ୍ରହ୍ମପୁର ସହର ର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କଳା ଉପାସନା ପାଇଁ ପ୍ରତିବଦ୍ଧତା ସହିତ କାର୍ଯ୍ୟ କରୁଥିବା ବିଶିଷ୍ଟ ସାହିତ୍ୟିକ କବି କଳା ପ୍ରେମୀ ଙ୍କୁ  ନିମନ୍ତ୍ରଣ କରାଗଲା ନାହିଁ ଯାହାକି ଅତି ଦୁର୍ଭାଗ୍ୟ ର ବିଷୟ । ଏଠାରେ ସୂଚନା ଥାଉକି ପ୍ରଫେସର ମେଜର ରମା ରମଣ ପାଢ଼ୀ ବିଶିଷ୍ଟ ସାହିତ୍ୟିକ ନାଟ୍ୟକାର ଶିକ୍ଷାବିତ୍ ଙ୍କୁ ମଂଚ କୁ ନିମନ୍ତ୍ରଣ କରାଗଲା କିନ୍ତୁ ନିମନ୍ତ୍ରଣ ପତ୍ର ରେ ମର୍ଯ୍ୟାଦା ସହିତ ସ୍ଥାନ ନଥିଲା। ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ମନୋନୀତ ହୋଇଥିବା ବ୍ରହ୍ମପୁର ସହର ର ସଦସ୍ଯ ଅନୀଲ କୁମାର ପାତ୍ର ଙ୍କ ଦୁର୍ବଳ ବିଚାର ଅନୁଭବ ଅଭାବ କାରଣ ରୁ ଏପରି ଏକ କାର୍ଯ୍ୟକ୍ରମ ରେ ପ୍ରକୃତ ଗୁଣୀମାନଙ୍କର ମଞ୍ଚ ରେ ସ୍ଥାନ ଗୌଣ କରି ଦିଆଗଲା ବୋଲି ବହୁ ସଂସ୍କୃତି ପ୍ରେମୀ କ୍ଷୋଭ ପ୍ରକାଶ  କରିଛନ୍ତି। କାର୍ଯ୍ୟକ୍ରମ ସଂଯୋଜନା ମଂଚ ଉପସ୍ଥାପନା ଶୈଳୀ ଆଉ ଟିକିଏ ଆକର୍ଷଣ କରିବା ପାଇଁ ସଂଗୀତ ନାଟକ ଏକାଡେମୀ ଦ୍ବାରା ବିଶେଷ ଭାବେ ଗୁରୁତ୍ବ ଦିଆଯାଇ ନଥିବା ବେଳେ ନିମନ୍ତ୍ରିତ ହୋଇ ଆସିଥିବା କଳାକାର ଙ୍କୁ ମଂଚ ରେ ଉଚିତ୍ ସମ୍ମାନ ନ ଦେବା କୁ ନେଇ ଦର୍ଶକ ମାନେ କ୍ଷୁବ୍ଧ ପ୍ରକାଶ କରିଥିବା ଦେଖିବାକୁ ମିଳିଛି l 

ଦୈନିକ ନାଚ ଗୀତ ସହିତ ରଂଗାରଂଗ କାର୍ଯ୍ୟକ୍ରମ ରଂଗବତୀର ମୁଖ୍ଯ ଆକର୍ଷଣ ଥିବା କଳାକାର ଙ୍କୁ ଉପଢୌକନ କିମ୍ବା କୌଣସି ଫଳକ ପ୍ରସ୍ତୁତ କରି ଦେବା ପାଇଁ ସଂଗୀତ ନାଟକ ଏକାଡେମୀ କଣ ଅସମର୍ଥ ଥିଲା କି ବୋଲି କଳା ପ୍ରେମୀ ପ୍ରଶ୍ନ ପଚାରିଛନ୍ତି। ବ୍ରହ୍ମପୁର ସହର ରେ ପଶ୍ଚିମ ଓଡ଼ିଶା ର ରଂଗବତୀର କାର୍ଯ୍ୟକ୍ରମ ଆୟୋଜନ ଅଭିନନ୍ଦନୀୟ କିନ୍ତୁ ଏହି ମାଟି ରେ କଳାକାର  ମଂଚରେ ଭଲ ପ୍ରଦର୍ଶନ କରି ଥିବା କଳାକାର ଙ୍କୁ  ଉଚିତ୍ ସମ୍ମାନ ପାଇଁ କେହି ଗୁରୁତ୍ବ ଦେବା ପାଇଁ ଭୂଲିଯିବା ନିନ୍ଦନୀୟ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ରଂଗବତୀର କାର୍ଯ୍ୟକ୍ରମ ଆୟୋଜନ କୁ ଆକର୍ଷଣ କରିବା ପାଇଁ ଗଣମାଧ୍ୟମ ସହଯୋଗ ଯୋଗୁଁ ସମ୍ଭବ ହେଲା।

ବ୍ରହ୍ମପୁର ସହର କଳା ସାହିତ୍ୟ ସଂସ୍କୃତି ର ପୀଠ। ଏହି ମାଟି ଦେଶ ବିଦେଶରେ ସୁନାମ ଅର୍ଜନ କରିବା ସହିତ ପ୍ରସିଦ୍ଧି ଲାଭ କରି ଆସି ଥିବା ବେଳେ ଏହି ମାଟିର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ମଣିଷ ଓଡ଼ିଶା ର ଗର୍ବ ଗୌରବ। ନିଜ ମାଟିର କଳା ସାହିତ୍ୟ ପ୍ରେମୀ ମଣିଷ ଙ୍କ ପ୍ରତି ସମ୍ମାନ ନ ଜଣାଇ  ନିମନ୍ତ୍ରଣ ପତ୍ର ସ୍ଥାନ ନ ଦେଇ ରାଜନେତାଙ୍କ ପ୍ରତି ଗୁରୁତ୍ବ ଦିଆଯାଇ ସାଂସ୍କୁୃତିକ ଉତ୍ସବ ପାଳନ କରିବା ସ୍ଥାନୀୟ ପ୍ରତିଭା ମାନଙ୍କ ପ୍ରତି ଅବହେଳା ଏବଂ ଗୁରୁତ୍ବ ହୀନ କାହିଁକି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।

nis-ad
Leave A Reply

Your email address will not be published.