ଦାସିଆ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ…


ଉମରକୋଟ :. ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ” ଦାସିଆ ସାଂସ୍କୃତିକ ପରିଷଦ”ର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉମରକୋଟ ର ମାନ୍ୟବର ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀର ରାଜ୍ୟ ସଦସ୍ୟ ଶ୍ରୀ କାଳୀପଦ ପଣ୍ଡା, ମୁଖ୍ୟ ବକ୍ତା,ସାଧାରଣ ପରିଷଦ ସଦସ୍ୟ ଶ୍ରୀ ବଲ୍ଲଭ ରାଉତ ବରେଣ୍ୟ ଅତିଥି, ନବରଙ୍ଗପୁରର ଜିଲ୍ଲା ଯୋଜନା ସଂଯୋଜକ ଶ୍ରୀ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ,ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି, ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଲୟର ସ୍ୱନାମଧନ୍ୟା ଅଧ୍ୟାପିକା ଡ଼.ଏମ. ରୋହିଣୀ ରାଣୀ,ସମ୍ମାନିତ ଅତିଥି, ଅନୁଷ୍ଠାନ ସଭାପତି ଶ୍ରୀ ଟୁଟୁବାବୁ ପଟ୍ଟନାୟକ, ସମ୍ପାଦକ ଶ୍ରୀ ଏମ. ହିମାଂଶୁ ଆଚାରୀ ଉପସ୍ଥିତ ଥିଲେ l ସମ୍ପାଦକ ଅତିଥି ପରିଚୟ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ଶ୍ରୀମାନ ଶୁଭମ କୀର୍ତ୍ତନିଆ ଓ ଉଦଘାଟନୀ ମନ୍ତ୍ର ପାଠ କରିଥିଲେ ଶ୍ରୀ ଅଶୋକ କୁମାର ଦାଶ l ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାର ସମୃଦ୍ଧି,ପ୍ରସାର ନିମନ୍ତେ ପରିଷଦର ବଳିଷ୍ଠ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିବାବେଳେ ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ଆମ ଜିଲ୍ଲାର ସାହିତ୍ୟରେ ନବଜାଗରଣର ଉନ୍ମେଷ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ l ତତ୍ପରେ ପରିଷଦର ମୁଖପତ୍ର ” ପ୍ରେରଣା “ର ଶୁଭ ଉନ୍ମୋଚନ ମୁଖ୍ୟ ଅତିଥି କରିଥିଲେ l ଶିକ୍ଷା, ସାହିତ୍ୟ, ସମାଜସେବା, ସଂଗଠନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l “ଟିକିବାବୁ ସ୍ମୃତି ସମ୍ମାନ ” – ଶ୍ରୀ ସମୀର କୁମାର ପ୍ରଧାନ, ଶ୍ରୀ ପୀତାମ୍ବର ବେହୁରିଆ, ଶ୍ରୀ ଦୀପକ ମଣ୍ଡଲ, ଶ୍ରୀ ଇତିନ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା l ” ଦାଶରଥି ପଟ୍ଟନାୟକ ସ୍ମୃତି ସମ୍ମାନ “ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀ ପ୍ରଦୀପ କୁମାର ନାଗ, ଡ଼. ଏମ. ରୋହିଣୀ ରାଣୀ ଓ ” ପ୍ରେରଣା “ସାରସ୍ୱତ ସମ୍ମାନ ” ଭୁବନେଶ୍ୱରର ସ୍ବନାମଧନ୍ୟା ଲେଖିକା ଶ୍ରୀମତୀ ରଶ୍ମୀ ସାମଲଙ୍କୁ ପ୍ରଦାନ କରାଯାଇଥିବାବେଳେ “ସୁବାସ ଚନ୍ଦ୍ର ସ୍ୱାଇଁ ସ୍ମୃତି ସମ୍ମାନ “ସ୍ୱାମୀ ବିବେକାନନ୍ଦ ସେବା ପରିଷଦକୁ ପ୍ରଦାନ କରିଥିଲେ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ l “ଦୁଃଖୀଶ୍ୟାମ ପ୍ରଧାନ ସ୍ମୃତି ସମ୍ମାନ ” ଯୁବ ଲେଖକ ପଦ୍ମପୁର, ରାୟଗଡର ଶ୍ରୀ ରାଧାମୋହନ ପାଣିଗ୍ରାହୀଙ୍କୁ ଦିଆଯାଇଥିଲା lଏହି ଅଧିବେଶନକୁ ପରିଚାଳନା କରିଥିଲେ ଶ୍ରୀ ସମୀର କୁମାର ପ୍ରଧାନ ଓ ଦିଲୀପ କୁମାର ପଟ୍ଟନାୟକ l


ପରବର୍ତ୍ତୀ ଅଧିବେଶନରେ ଆୟୋଜିତ କବିତା ଆସରରେ ଶ୍ରୀ ଧର୍ମରାଜ ମାଝୀ, ସଭାପତି, ଡ଼ା. ସୁମନ୍ତ କୁମାର ରାଉଳ, ମୁଖ୍ୟ ଅତିଥି,ଉପ ଶାଖା ପ୍ରବନ୍ଧକ ଶ୍ରୀ ହରେକୃଷ୍ଣ ବିଶି, ମୁଖ୍ୟ ବକ୍ତା, ବରିଷ୍ଠ ଆଇନଜୀବି ଶ୍ରୀ ଶ୍ରୀନିବାସ ପଟ୍ଟନାୟକ ଓ ଅଧ୍ୟାପିକା ଇଂ. ଚନ୍ଦନା ମଲ୍ଲୀକ ସମ୍ମାନିତ ଅତିଥି, ଶ୍ରୀ ସତ୍ୟବ୍ରତ ପ୍ରଧାନ, ଶ୍ରୀ ସବ୍ୟସାଚୀ ବିଷୋୟୀ ସଂଯୋଜକ,
ରାଧା ରାଣୀ ସରକାର, ସ୍ୱାଗତିକା ବାହିନୀପତି ସଂଯୋଜିକା ଭାବେ ମଞ୍ଚାସୀନ ହୋଇଥିଲେ l ଓଡିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କବି / କବୟିତ୍ରୀ ଏଥିରେ ଉପସ୍ଥିତ ରହି ନିଜସ୍ୱ କବିତା ପାଠ କରିଥିଲେ l ସେମାନଙ୍କୁ ପରିଷଦ ତରଫରୁ ” ମାନପତ୍ର ” ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମରେ ସକ୍ରିୟଭାବେ ଶ୍ରୀ ମିତ୍ର କୁମାର ଶର୍ମା,ଶ୍ରୀ ଦିଲୀପ କୁମାର ପଟ୍ଟନାୟକ, ସମୀର କୁମାର ପ୍ରଧାନ, ସୁରେଶ କୁମାର ଆଚାର୍ଯ୍ୟ, ଗଣେଶ ପ୍ରସାଦ ରଣା, ଦେବୀ ପ୍ରସାଦ ପଟ୍ଟନାୟକ, ପ୍ରମୋଦ କୁମାର ପଟ୍ଟନାୟକ, ନରେଶ ଚନ୍ଦ୍ର ପଟ୍ଟନାୟକ, ତ୍ରିପତି ପଟ୍ଟନାୟକ,ବିବେକାନନ୍ଦ ପଟ୍ଟନାୟକ,ରାମକୃଷ୍ଣ ନାୟକ, ସତ୍ୟବ୍ରତ ପ୍ରଧାନ,ପରୀକ୍ଷିତ ସାହୁ,ମନୋରମା ମହାପାତ୍ର,ରବିନ୍ଦ୍ରନାଥ ବାହିନୀପତି, ବିରଞ୍ଚିନାରାୟଣ ଦାଶ, ନଗେନ୍ଦ୍ର କୁମାର ରାଉତ, ବଂଶୀଧର ଭୂୟାଁ,ରାଧା ରାଣୀ ସରକାର, ସବ୍ୟସାଚୀ ବିଷୋୟୀ,ସବିତା ସେନାପତି, ଶାନ୍ତିଲତା ମହାନ୍ତି, ଶେଖ ନାସିରୁଦ୍ଦିନ, ଚନ୍ଦ୍ର ପୁଜାରୀ, ସାଗର କୁମାର ପରିଡା, ଧନେଶ୍ୱର ପୁହାଣ, ପ୍ରଭାତୀ ଦେବନାଥ, ରାଜେଶ ଜୀ, ରଞ୍ଜନ ଗୌଡ଼, କାନ୍ହୁ ଚରଣ ମିଶ୍ର, ସନଧର ମାଝୀ ପ୍ରମୁଖ ଯୋଗଦାନ କରିଥିଲେ l ପରିଶେଷରେ, ଶ୍ରୀ ସୁରେଶ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.