କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମେମୋରିଆଲ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ କନ୍ଧମାଳକୁ ହରାଇ ଦିଗପହଣ୍ଡି ଚମ୍ପିଆନ୍…


ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ସନ୍ ସାଇନ୍ ଭଲିବଲ୍ ଟିମ୍ ପକ୍ଷରୁ ଆୟୋଜିତ କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମେମୋରିଆଲ୍ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଦିଗପହଣ୍ଡି ଦଳ କନ୍ଧମାଳ ଦଳକୁ ୩-୦ ସେଟରେ ପରାସ୍ତ କରି ଚାମ୍ପିୟନ ହୋଇଥିବା ଜଣାଯାଇଛି । ଏଥିସହ ଟୁର୍ଣ୍ଣାମେଣ୍ଟରେ ବେଷ୍ଟ ସ୍ମାସର୍ ଭାବେ ଦାରିଙ୍ଗବାଡ଼ି ଦଳର ଟିଙ୍ଗିରି, ବେଷ୍ଟ ପ୍ଲେୟାର୍ ଦିଗପହଣ୍ଡି ଦଳର ଆନାକୋଣ୍ଡା ଓ ବେଷ୍ଟ ନେଟ୍ ପ୍ଲେୟାର ଭାବେ ନୂଆଗାଁ ଦଳର ରାକେଶ ବେହେରା ମନୋନୀତ ହୋଇଥିବା ଜଣାପଡିଛି । ଆଜି ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ବସନ୍ତ କୁମାର ଦଳେଇଙ୍କ ପୌରହିତ୍ଯ ଏବଂ ସମ୍ପାଦକ ଅନିଲ ପଟ୍ଟନାୟକଙ୍କ ପରିଚାଳନାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା କେ.ପ୍ରିୟଦର୍ଶନୀ ଆଚାରି, ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ସମାଜସେବୀ ନୀଳ ମାଧବ ଆଚାରୀ , ଗଞ୍ଜାମ ଜିଲ୍ଲା ବିଜେଡି ସଂପାଦକ ସୁଧାଂଶୁ ଶେଖର ପାଢ଼ୀ , ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏ ଅବସରରେ ବିଜେତା ଦଳକୁ ଓ୍ବିନର କପ୍ ସହ ୩୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ଉପବିଜେତା ଦଳକୁ ରନର୍ କପ୍ ସହ ପୁରସ୍କାର ରାଶି ୨୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟ ଅବସରରେ ପ୍ରାକ୍ତନ ଭଲିବଲ୍ ଖେଳାଳି କୃଷ୍ଣ ଦୈରା , ସିମାଞ୍ଚଳ ସୁବୁଦ୍ଧି ଓ ଦୁର୍ଗା ପ୍ରସାଦ ଦାଶଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ମ୍ଯାଚରେ ଅଡବା ଦଳକୁ ଦିଗପହଣ୍ଡି ଦଳ, ଦ୍ବିତୀୟ ମ୍ଯାଚରେ ମୋହନା ଦଳକୁ ନୂଆଗାଁ ଦଳ , ତୃତୀୟ ମ୍ଯାଚରେ ଦାରିଙ୍ଗବାଡ଼ି ଦଳକୁ ପାଟପୁର ଦଳ ଏବଂ ଚତୁର୍ଥ ମ୍ଯାଚରେ ବ୍ରହ୍ମପୁର ଦଳକୁ କନ୍ଧମାଳଦଳ ପରାସ୍ତ କରି

ସେମିଫାଇନାଲରେ ପହଞ୍ଚିଥିଲେ । ସେହିପରି ସେମିଫାଇନାଲର ପ୍ରଥମ ମ୍ଯାଚରେ ପାଟପୁର ଦଳକୁ ଦିଗପହଣ୍ଡି ଦଳ ହରାଇ ଏବଂ ଦ୍ବିତୀୟ ମ୍ଯାଚରେ ନୂଆଗାଁ ଦଳକୁ କନ୍ଧମାଳ ଦଳ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ରେଫେରି ସୂର୍ଯ୍ୟମଣି ମହାନ୍ତି ଓ ପ୍ରସାଦି ତୋଷ ମ୍ଯାଚ୍ ଗୁଡିକୁ ପରିଚାଳନା କରିଥିଲା ବେଳେ ସନ୍ ସାଇନ୍ ଟିମର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।ପ୍ରକାଶ ଯୋଗ୍ୟ ଯେ , ବୈଶ୍ବିକ ମହାମାରୀ କରୋନାର ଦ୍ବିତୀୟ ଲହରରେ ଭଲିବଲ୍ ଖେଳାଳି କାର୍ତ୍ତିକ ଓ ପ୍ରଣବ ପ୍ରକାଶଙ୍କ ଅକାଳ ମୃତ୍ୟୁ ଘଟିଥିଲା ବେଳେ ସେ ଦ୍ବୟଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା

nis-ad
Leave A Reply

Your email address will not be published.