ଭାରତ ମାଳା ରାସ୍ତା ତିଆରିରେ ଅଣ ନିଶ୍ୱାସୀ ଉମରକୋଟ ସହରବାସୀ…

ଉମରକୋଟ:ଏକବିଂଶ ଶତାବ୍ଦୀରେ ବିକାଶ ଆଜି ଏଭଳି ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ମଣିଷ ସମାଜକୁ ଠିଆ କରି ଦେଇଛି ଯେ ଯେଉଁଠାରୁ ପଛକୁ ଫେରିବା ଅସମ୍ଭବ ଏବଂ ଆଗକୁ ବଢିବା ଆସନ୍ନ ବିପଦ ଘେର ଆଡ଼କୁ ମଣିଷକୁ ଠେଲି ଦେଉଛି । ନିକଟ ଅତୀତରେ ଅର୍ଥାତ୍ ଦୀର୍ଘ ଏକ ବର୍ଷ ଧରି ରାଇପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଭାରତ ମାଳା ରାସ୍ତା କାର୍ଯ୍ୟ ଚାଲିଛି । ଭାରତ ମାଳା ରାସ୍ତା ତିଆରି କରିବାରେ ସମ୍ପୃକ୍ତ କର୍ମଚାରିଙ୍କ ମନମୁଖୀ କାର୍ଯ୍ୟ ପାଇଁ ଉମରକୋଟ ସହର ବାସି ଏକ ପ୍ରକାରର ଶ୍ୱାସରୁଦ୍ଧ ହୋଇ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛନ୍ତି । ପ୍ରକାଶ ଥାଉ କି ଭାରତ ମାଳା ରାସ୍ତା କାର୍ଯ୍ୟ କରୁଥିବା ବଡ଼ ବଡ଼ ଦଶ ଚକିଆ, ବାର ଚକିଆ ଟିପର ମେଟାଲ,ଚିପ୍ସ, ବାଲି, ସିମେଣ୍ଟ ଲୋଡ କରି କୌଣସି ଦରି ଅବା ତ୍ରିପଲ ନ ଘୋଡ଼ାଇ ଖୋଲା ଅବସ୍ଥାରେ ସହର ମଧ୍ୟ ଦେଇ ଯାତାୟତ କରୁଛନ୍ତି । ଯାହା ଫଳରେ ଧୂଳି, ପଥର ଗୁଣ୍ଡ, ବାଲି ଗୁଣ୍ଡ ସହର ମଧ୍ୟରେ ଖେଳି ଯାଉଛି, ସ୍କୁଲ ଛାତ୍ର ଛାତ୍ରୀ ଏବଂ ଜନସାଧାରଙ୍କ ଆଖିରେ, ମୁଣ୍ଡରେ ପସିଯାଉଛି । ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଇବା ସତ୍ତ୍ୱେ ଏ ଦିଗରେ ଧ୍ୟାନ ଦେଉ ନାହାନ୍ତି । ଉମରକୋଟ ଜନସାଧାରଣ ବହୁତ ଦୁଃଖର ସହିତ କ୍ଷୋଭ ପ୍ରକାଶ କରିଛନ୍ତି । ଅତି ଶୀଘ୍ର ପ୍ରଶାସନ ଏ ଦିଗରେ ଧ୍ୟାନ ନ ଦେଲେ ଆଗାମୀ ଦିନର ସମସ୍ୟା ପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ବୁଦ୍ଧିଜୀବି ମହଲରେ ଅସନ୍ତୋଷ ଦେଖା ଦେଇଛି ।

nis-ad
Leave A Reply

Your email address will not be published.