ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ କିଡନୀ ରୋଗୀ

ଭୁବନେଶ୍ୱର: ସଠିକ ଔଷଧ ଏବଂ ଡାକ୍ତର ଯୋଗାଇଦେବା ଦାବିରେ ରାଜ୍ୟର କ୍ୟାନସର ଆକ୍ରାନ୍ତ ରୋଗୀ। ସଠିକ୍ ଔଷଧ ଦିଆଯାଉ ବୋଲି ଦାବି କରି ଗତକାଲିଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଭବନ ଆଗରେ ଧାରଣାରେ ବସିଛନ୍ତି ଆକ୍ରାନ୍ତମାନେ।

ପୂର୍ବରୁ ତିନି ମାସ ଧରି ସମାନ ଦାବି ନେଇ ଆନ୍ଦୋଳନ କରିଥିଲେ ଏହି କ୍ୟାନସର ଆକ୍ରାନ୍ତ ମାନେ। ହେଲେ ସଠିକ୍ ଔଷଧ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଏବଂ ମେଡିକାଲ କର୍ତ୍ତୃପକ୍ଷ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଯାଇଥିଲେ କର୍କଟ ରୋଗୀ। ହେଲେ ଏବେର ଅଭିଯୋଗ ଅନୁଯାୟୀ ଥରେ ମାତ୍ର ସଠିକ୍ ଔଷଧ ଦେବା ପରେ ପୁଣିଥରେ ଦ୍ବିତୀୟ ମାସ ବେଳକୁ ପୂର୍ବରୁ ଯେଉଁ ଡୁପ୍ଲିକେଟ ଔଷଧକୁ ନେଇ ରୋଗୀ ବିରୋଧ କରୁଥିଲେ ଏବେ ସେହି ଔଷଧ ନେବାକୁ ଏସସିବି ହସ୍ପିଟାଲ ତରଫରୁ କୁହାଯାଉଥିବା ଅଭିଯୋଗ ଆଣିଛନ୍ତି କ୍ୟାନସର ଆକ୍ରାନ୍ତ। ଏହି ଔଷଧ ଖାଇଲେ ସ୍ବାସ୍ଥ୍ୟ ଖରାପ ହେଉଛି ବୋଲି ଆକ୍ରାନ୍ତ ଅଭିଯୋଗ ଆଣିଛନ୍ତି।

ଗତକାଲି ମନ୍ତ୍ରୀଙ୍କ ଘର କର୍କଟ ଆକ୍ରାନ୍ତ ଧାରଣାରେ ବସିବା ପରେ କୌଣସି ନେତା କିମ୍ବା ମନ୍ତ୍ରୀ ନବ କିଶୋର ଦାସଙ୍କ ଘରକୁ ପ୍ରବେଶ କରିପାରିନଥିଲେ। ଏମିତିକି ବିଧାୟିକା ସ୍ନେହାଙ୍ଗିନି ଛୁରିଆ ମଧ୍ୟ ଆସି ଫେରିଯାଇଥିଲେ। ଆକ୍ରାନ୍ତଙ୍କୁ ଯେତେ ବୁଝାସୁଝା କରିଲେ ମଧ୍ୟ ସେମାନେ ଜିଦରୁ ଓହରିନଥିଲେ। ଏହାପରେ ଗତକାଲି ରାତିରେ ସେମାନେ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଆଜି ମଧ୍ୟ ସମାନ ଢଙ୍ଗରେ ମନ୍ତ୍ରୀଙ୍କ ବାସଭବନ ଆଗରେ ବସି ପ୍ରତିବାଦ କରିଛନ୍ତି। ଯଦି କେହି ଆନ୍ଦୋଳନରୁ ନଓହରିବେ ତାହେଲେ କ୍ୟାନସର ଆକ୍ରାନ୍ତ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ କ୍ୟାନସର ଏବେ ମହାମାରୀ ଭଳି ରୂପ ଧାରଣ କରିଲାଣି ଓଡ଼ିଶାରେ। ପ୍ରତିବର୍ଷ ଏହି ରୋଗରେ ପ୍ରାୟ ୫୦ ହଜାର ଲୋକ ରାଜ୍ୟରେ ଆକ୍ରାନ୍ତ ହେଉଥିବା ବେଳେ ପ୍ରାୟ ୧୮ ହଜାର ରୋଗୀଙ୍କର ମୃତ୍ୟୁ ଘଟୁଛି ।ପୁରୁଷଙ୍କ ମଧ୍ୟରେ ମୁହଁରେ କ୍ୟାନସର ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଅଧିକ ଦେଖିବାକୁ ମିଳୁଛି।

nis-ad
Leave A Reply

Your email address will not be published.