ଟ୍ରକ ଓ ବାଇକ ଧକ୍କା, ବାଇକ ଚାଳକ ଗୁରୁତର…

ହିଞ୍ଜିଳିକାଟୁ ୮।୧୧ ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଓ ଚାନ୍ଦୁଲି ଗ୍ରାମ ରାସ୍ତା ମଧ୍ୟରେ ଟ୍ରକ- ବାଇକ ଧକ୍କା ହୋଇଛି । ଏଥିରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଆହତ ଆରୋହୀ ଜଣକ ହେଲେ ହିଞିଳିକାଟୁ କେଉଟ ସାହି ଵାସିନ୍ଦା ମୁରଲି ବେହେରା (୨୬) ।ମୁରଲି ବାଇକ ରେ ହିଞ୍ଜିଳିକାଟୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ ଓଆରକେ -୦୯୭୯ ସହ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ। ପଥଚାରୀ ମାନେ ସ୍ଥାନୀୟ ଯୁବକଙ୍କ ସହଯୋଗରେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଂଚି ବାଲି ବୋଝେଇ ଟ୍ରକ ଓ ବାଇକ କୁ ଜବତ କରିବା ସହ ଘଟଣାର ତଦନ୍ତ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.