ଫୁଲବାଣୀ ଠାରେ ମହାଆଡମ୍ବର ରେ ବୋଇତ ବନ୍ଦାଣ ଉତ୍ସବ ପାଳିତ…

ଫୁଲବାଣୀ : ଆଜି ଫୁଲବାଣୀର ନଦୀ ଗୁଡିକରେ ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଥିଲା। ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରଦ୍ଧାଳୁ ମାନେ ବଡି ଭୋରରୁ ଫୁଲବାଣୀ ସହରର ନଦୀ ଖଣ୍ଡି ସାହିରେ ଥିବା ପିଲା ସାଲୁଙ୍କି ଡ୍ୟାମ, ପିଅନପଡ଼ା ନଦୀ ଘାଟ, ଫୁଲବାଣୀ ସାହି , କଲେଜ ଛକ ଆଦି ବିଭିନ୍ନ ନଦୀ ଘାଟରେ ପୂଜାର୍ଚ୍ଚନା କରିବା ସହ ବୋଇତ ଭାଇଥିଲେ ଅଂଚଳବାସୀ l ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଏ ବର୍ଷ


ବହୁ ସଂଖ୍ୟକ ଲୋକ ବୋଇତ ଭସାଇବାକୁ ଆସିଥିଲେ। ପ୍ରକାଶ ଥାଉ କି ଯାହା କିମ୍ବଦନ୍ତୀ ରହିଛି ଆ କା ମା ବୈ ….
ଡଙ୍ଗା ଭସାଣି ଏକ ମହାନ ଉତ୍କଳୀୟ ପରମ୍ପରା । କାର୍ତ୍ତିକ ପୂର୍ଣ୍ଣମୀର ପୂର୍ବ ପାହାନ୍ତା ପ୍ରହରରେ ଏହି ଉତ୍ସବ ପ୍ରତି ପୁରପଲ୍ଲୀରେ ପାଳିତ ହୁଏ ।ଲୋକମାନେ ପ୍ରବହମାନ ନଦୀ, ସାଗର ତଥା ଜଳାଶୟରେ କଦଳୀ ପଟୁକାରେ ଡଙ୍ଗା ତିଆରି ସେଥିରେ ପାନ ଗୁଆ ଫୁଲ ଦୁବ ରାଶି ଧାନ ଯଅ ବିରି ଆଦି ଶସ୍ଯ ରଖି ଏକ କାଠି ବଳିତା ଜଳାଇ ଧର୍ମ ଏବଂ ଗଙ୍ଗା ମାତାଙ୍କୁ ପୂଜା କରି ଲୋକ କଲ୍ଯାଣ ନିମନ୍ତେ ପ୍ରାର୍ଥନା କରି ଭସାଇ ଥାଆନ୍ତି । ଶୀତଦିନେ ନଦୀର ଜଳସ୍ତର କମିଯାଏ, ତେଣୁ ଗୋ ଆଦି ପଶୁ ପକ୍ଷୀଙ୍କର ଖାଦ୍ଯ ଅଭାବ ଦୂର କରିବା ପାଇଁ ଏହା ହେଉଛି ଆମ ପୂର୍ବଜ ମାନଙ୍କଦ୍ବାରା ପରମ୍ପରା ରୂପ ଦିଆଯାଇଥିବା ଏକ ଉତ୍ତମ ବ୍ଯବସ୍ଥା । କଦଳୀ ପଟୁକାର ହେଉଛି ଏକ ଜୈବ ପଦାର୍ଥ ଏହା ସହଜରେ ପାଣିରେ ଭାସମାନ ହୋଇ ବହୁତ ଦୂରପର୍ଯ୍ୟନ୍ତ ଯାଇପାରେ ଏବଂ ମାଟିରେ ମଧ୍ଯ ଶୀଘ୍ର ମିଶିଯାଏ । କାଠି ବଳିତାର ଉତ୍ତାପରେ ଶସ୍ଯ ସବୁ ଉଷ୍ଣତା ପ୍ରାପ୍ତ ହୁଏ, ଡଙ୍ଗାଟି କୁଳରେ ଲାଗି ମାଟିରେ ମିଶିବାକ୍ଷଣି ତହିଁରେ ଥିବା ଶସ୍ଯ ଶିଘ୍ର ଗଜା ହୋଇ ଗଛ ହୋଇପାରିଥାଏ । କିଛି ଶସ୍ଯ ସିଧା ସଳଖ ମାଛ ଆଦି ଜନଜୀବନକୁ ଖାଦ୍ଯ ହୁଏ ଆଉ କିଛି ମାଟିରେ ପଡି ତହିଁରୁ ଗଛ ହୁଏ । ଯଦ୍ବାରା ପଶୁମାନେ ଶୁଷ୍କ ନଦୀ ପୁଷ୍କରିଣୀର ପଠାରୁ ଏହାର ସବୁଜ ପତ୍ରକୁ ଖାଇ ଶୀତଦିନେ ମଧ୍ଯ ଉତ୍ତମ ସ୍ବାସ୍ଥ୍ୟ ଲାଭକରନ୍ତି । ଗୋ ମହିଷାଦିଙ୍କ କ୍ଷୀର ପ୍ରଦାନରେ ଅନିୟମିତତା ଦୂର ହୁଏ, ଆମ ପିଲାମାନଙ୍କୁ ଏହି ପ୍ରାକୃତିକ ଗୋ-ଦୁଗ୍ଧରୁ ଭରପୁର ପୁଷ୍ଟିସାର ମିଳିଥାଏ । ଭୂମିରେ ଫାଟ ନହୋଇ ଧରିତ୍ରୀ ଶସ୍ଯଶ୍ଯାମଳ ମନୋହର ଦିଶେ । ବିଭିନ୍ନ ନଦୀକୂଳରେ ଭିନ୍ନ ଭିନ୍ନ ଜନଜାତି ବସବାସ କରନ୍ତି । ପ୍ରବହମାନ ସ୍ରୋତ ଏହି ବୀଜକୁ ପବନର ସହାୟତାରେ ବୋହି ନେଇ ନଦୀ କୂଳରେ ପହଞ୍ଚାଇ ଦିଏ । ଶୀତଦିନର କାକର ବିନ୍ଦୁ ଏବଂ ମାଟିର ଉର୍ବରତା ପାଇ ଶସ୍ଯ ସବୁ ଗଛରେ ପରିଣତ ହୁଅନ୍ତି । ସେଠାରେ ଲୋକମାନେ ଏହି ଶସ୍ୟରୁ ଗଛ ହେଲେ ତାହାର ଯତ୍ନ ନେଇଥାଆନ୍ତି ଓ ଖରାଦିନ ସରିବା ବେଳକୁ ସେହି ଗଛ ସବୁରେ ଫଳ ହେଲେ ତାହା ସେମାନଙ୍କର ଖାଦ୍ଯ ଶସ୍ୟର ଅଭାବ ଦୂର କରେ । ଏପରି ଭାବରେ ଆମେ ଏହି କାର୍ତ୍ତିକ ମାସରେ କେବଳ ଯେ ଏକ ଡଙ୍ଗା ଭସାଉ ତାହା ନୁହେଁ ବରଂ ପରସ୍ପରକୁ ସାହାଯ୍ଯ ସହଯୋଗର ଏକ ଉଷ୍ଣ ଅନୁଭବ ପ୍ରେରଣ କରିଥାଉ । କଥାରେ ଅଛି ପରୋପକାରାୟ ସ୍ବର୍ଗାୟ’, ଅନ୍ୟମାନଙ୍କୁ ଆମେ ପହଞ୍ଚାଉଥିବା ବା ଅନ୍ଯମାନଙ୍କଠାରୁ ଆମକୁ ପ୍ରପ୍ତ ହେଉଥିବା ଏହି ସହଯୋଗରେ ସମସ୍ତଙ୍କର ନାମ ମଧ୍ଯ ଉହ୍ୟ ରହିଥାଏ, ଯଦ୍ବାରା ଦାତା ଓ ଗ୍ରହୀତା ମଧ୍ଯରେ ଶ୍ରେଷ୍ଠ କିମ୍ବା ନ୍ୟୁନ ଭାବନା ମଧ୍ଯ ଆସେନାହିଁ । ପାନ ଓ ଗୁଆ ସୁସମ୍ପର୍କ ସ୍ଥାପନର ଏକ ଶୁଭ ଦ୍ରବ୍ଯ ଭାବରେ ମାନ୍ଯତା ପାଏ । ତେଣୁ ଏହି ଡଙ୍ଗାରେ ଉତ୍ତମ ସମ୍ପର୍କ ସ୍ଥାପନର ଚିହ୍ନ ସ୍ବରୂପ ଆମେ ପାନ ଗୁଆ ରଖିଥାଉ । ପାରସ୍ପରିକ ସହୋଯୋଗ ଓ ସହୃଦୟତାର ଏହା ଏକ ସୁନ୍ଦର ତଥା ସୁବ୍ଯବସ୍ଥିତ ପରିକଳ୍ପନା ।ସେହିପରି ମନ୍ଦିର ଯାଇ ଶ୍ରଦ୍ଧାଳୁମାନେ ମନ୍ଦିର ସମ୍ମୁଖରେ ଦୀପ ଜଳାଇ ଆଶିଷ ଲାଭ କରିଥିଲେ l ତେବେ ଗ୍ରହଣ ଯୋଗୁଁ ସକାଳ ୫ଟା ୩୯ ମିନିଟ ପରେ କୌଣସି ଦେବ କାର୍ଯ୍ୟ, ନାମ ସଂକୀର୍ତ୍ତନ ପୂଜାବିଧି ଆଦି ଉପରେ ବାରଣ ଥିବାରୁ ଏସବୁ ଅନୁଷ୍ଠିତ ହୋଇନଥିଲା l

nis-ad
Leave A Reply

Your email address will not be published.