ଏସ ଏସ ଭି ଏମ ଫୁଲବାଣୀରେ ମାତୃ କର୍ମଶାଳା…


ଫୁଲବାଣୀ :- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ଶିଶୁ ବାଟିକା ର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ତଥା ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ସଂଭାଗ ଶିଶୁ ବାଟିକା ର ସଂଯୋଜକ ଅରୁଣା କୁମାର ବାଗ୍ ମାଆ ମାନଙ୍କର ଭୂମିକା ବିଷୟରେ ମାର୍ଗ ଦର୍ଶନ କରିଥିଲେ l ପ୍ରାୟ ୧୦୦ ରୁ ଉର୍ଦ୍ଧ୍ଵ ମାତୃ ଉପସ୍ଥିତ ରହି ମାତୃ କର୍ମଶାଳାର କାଳାଂଶ ଗୁଡିକରେ ଅଂଶ ଗ୍ରହଣ କରିଥିଲେ l ଶିଶୁ ବାଟିକା ପ୍ରମୁଖ ଅନିତା ରାଣୀ ପଟ୍ଟନାୟକ ସଂଯୋଜନା କରିଥିଲେ l ପ୍ରଧାନଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ପରିଚୟ ରଖିଥିବା ବେଳେ ଅନିତା ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ l ଶିଶୁ ବାଟିକା ର ଗୁରୁମା ମୌସୁମୀ ମହାନ୍ତି, ରଜତ ବାଳା ପତି,ଗୀତା ରାଣୀ ମହାପାତ୍ର, ଆରତି ପଣ୍ଡା, ଓ ମେନକା ରଣା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା l

nis-ad
Leave A Reply

Your email address will not be published.