ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର…


ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବରଡ଼ିପଲ୍ଲୀ ଗାଁ ନିକଟସ୍ଥ କରାପଡିଆ ଛକରେ ରବିବାର ରାତି ସାଢେ ୮ଟା ସମୟରେ ବାଇକ୍ ଦୁର୍ଘଟଣାରେ ଜନୈକ ଯୁବକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବାରିକପଲ୍ଲୀ ଗ୍ରାମର ଅରୁଣ କୁମାର ବିଷୋୟୀ (୩୫) ।ଘଟଣାରୁ ପ୍ରକାଶ ଯେ , ଆଜି ରାତିରେ ଅରୁଣ ଓ ତାଙ୍କର ସମ୍ପର୍କିୟ ଭାଇ କାହ୍ନୁ ଚରଣ ବିଷୋୟୀ (୨୬)ଙ୍କ ସହ ଏକ ବାଇକରେ ଶଶୁର ଘର ବିରଞ୍ଚିପୁରକୁ ଯାଉଥିଲେ । କରାପଡିଆ ଛକଠାରେ ସାମ୍ନାରେ ଯାଉଥିବା ଏକ ଟ୍ରାକ୍ଟରକୁ କାଳେ ବାଇକଟି ଧକ୍କା ହୋଇଯିବ ଭାବି ବ୍ରେକ୍ କଷି ଦେଇଥିଲେ । ଫଳରେ ଉଭୟେ ରାସ୍ତାରେ କଚାଡି ହୋଇ ପଡିଥିଲେ । ଦୁର୍ଘଟଣାରେ ଅରୁଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ କାହ୍ନୁଙ୍କ ଦେହ ସାରା ଖଣ୍ଡିଆ ଖାବରା ହୋଇଯାଇଥିଲା ।ସେଠାରୁ ଉଭୟଙ୍କୁ ଉଦ୍ଧାର କରାଯାଇ ବୁଗୁଡ଼ା ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଅରୁଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ଏସ୍ଆଇ କ୍ଷେତ୍ର ମୋହନ ସାହୁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ (ନଂ-ଓଡି-୦୭ଓ୍ବାଇ-୨୪୦୨)କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.